ରାଜ୍ୟରେ ୫୬ ନୂଆ କୋର୍ଟକୁ ଅନୁମୋଦନ

ଭୁବନେଶ୍ୱର,୨୩ା୭: ରାଜ୍ୟରେ ୫୬ଟି ନୂଆ କୋର୍ଟକୁ ମିଳିଲା ଅନୁମୋଦନ। ମାମଲାର ଶୁଣାଣି ପାଇଁ ସ୍ଥାପନ ହେବ ନୂଆ କୋର୍ଟ। ୨୩ ଜିଲ୍ଲାରେ ସ୍ଥାପନ ହେବ ଏହି ୫୬ଟି ନୂଆ କୋର୍ଟ। ମୟୂରଭଞ୍ଜରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପନ କରାଯିବ। ଏନେଇ ଅନୁମୋଦନ ମିଳିଛି।ଆଉ ୨ଟି ନୂଆ ଓଆଇଏସଏଫ ବାଟାଲିୟନ: ଏଥିସହ ଓଡ଼ିଶାରେ ସୃଷ୍ଟି ହେବ ୨ଟି ନୂଆ ଓଆଇଏସଏଫ ବାଟାଲିୟନ। ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ତୃତୀୟ ଓ ଚତୁର୍ଥ ବାଟାଲିୟନ ନାମରେ ଏହା ନାମିତ ହେବ। ନୂଆ ୨ଟି ବାଟାଲିୟନରେ ନିଯୁକ୍ତି ପାଇବେ ୧୯୪୪ କର୍ମଚାରୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!