ନବରଙ୍ଗପୁର (ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ବିନୋଦ ଝା ପ୍ରେକ୍ଷାଳୟ ଠାରେ ମହାବିଦ୍ୟାଳୟ କୁ ଆଜି ପ୍ରଥମ କରି ଆସିଥିବା ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ସ୍ୱାଗତ ତଥା ପରାମର୍ଶ ଉତ୍ସବର ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଡି. ଗୋବିନ୍ଦା ରାଓ ସମାରୋହ ର ଉଦଘାଟନ କରି ଅନୁଷ୍ଠାନ ର ପରିଚୟ ପ୍ରଦାନ ପୂର୍ବକ ଏହାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ। ପ୍ରଧ୍ୟାପିକା ଶ୍ରୀମତି ସଙ୍ଗୀତା ତ୍ରିପାଠୀ, ଅଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ହୋତା, ଅଧ୍ୟାପକ ଶ୍ରୀ ମନୋରଞ୍ଜନ ଖୁରା,ଅଧ୍ୟାପିକା ସୁନୟନା ସାମୋସି ଅନୁଷ୍ଠାନ ବିଷୟରେ ସ୍ମୃତି ଚାରଣ କରିବା ସହିତ ଯଥାକ୍ରମେ ବିଦ୍ୟାର୍ଥୀ ଙ୍କ ଆବଶ୍ୟକ ବିଷୟ ଗୁଡିକ ଉପରେ ଆଲୋଚନା କରିଥିଲେ। ଏହି ମର୍ମରେ ପାଠ୍ୟ ଖସଡ଼ା, ୟୁନିଫର୍ମ, କ୍ଲାସ ସମୟ, ଗ୍ରନ୍ଥାଗାର ର ବ୍ୟବହାର, ଛାତ୍ର ପୋର୍ଟାଲ ତଥା ଶିକ୍ଷା ଜ୍ୟୋତି ର ଉପଯୋଗୀତା,ଶୃଙ୍ଖଳା ରକ୍ଷା, ଛାତ୍ରୀ ନିର୍ଯାତନା କମିଟି, ରାଗିଂ କମିଟି ଆଦି ବିଷୟରେ ବକ୍ତା ମାନେ ବିଶଦ ଭାବରେ ବୁଝାଇଥିଲେ। ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରସାଦ ହୋତ୍ତା ସମଗ୍ର କାର୍ଯ୍ୟକ୍ରମ ର ସଂଯୋଜନା କରିବା ସହିତ ଉତ୍ସବର ପ୍ରଥମ ପର୍ଯ୍ୟାୟରେ ଛାତ୍ର ଛାତ୍ରୀ ଙ୍କୁ ଉତ୍ସବ ର ଉପାଦେୟତା ଉପରେ ସୂଚନା ଦେଇଥିଲେ। ନବରଙ୍ଗପୁର ଭଳି ଏକ ଉପାନ୍ତ ଅଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର ନିମନ୍ତେ ତତ୍କାଳିନ ପ୍ରଶାସନ ଓ ବୁଦ୍ଧିଜୀବୀ ମାନଙ୍କର ପ୍ରୟାସ ତଥା ଅକୁଣ୍ଠ ଉଦ୍ୟମ ରେ ପ୍ରତିଷ୍ଠିତ ମହାବିଦ୍ୟାଳୟ ୫୫ ବର୍ଷର ଗୌରବମୟ ଇତିହାସ ସୃଷ୍ଟି କରିଛି। ଆଗାମୀ ଦିନରେ ଏହି ଉଚ୍ଚ ଶିକ୍ଷା ର ଯାତ୍ରାକୁ ଆହୁରି ଆଗକୁ ନେଇଯିବା ପାଇଁ ଛାତ୍ର ଛାତ୍ରୀ ଙ୍କୁ ଆହ୍ବାନ ଦିଆଯାଇଥିଲା। ଏହି ଉତ୍ସବ ରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ସମେତ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟର ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |