ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତିନାମା

ଲଣ୍ଡନ,୨୪।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁକ୍ତରାଜ୍ୟ ( ବ୍ରିଟେନ) ଗସ୍ତ ସମୟରେ ଗୁରୁବାର ଭାରତ ଏବଂ ଯୁକ୍ତରାଜ୍ୟ ମଧ୍ୟରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ସ୍ୱାକ୍ଷରିତ ହୋଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗ୍ରାମୀଣ ବାସଭବନ ଲଣ୍ଡନ ନିକଟସ୍ଥ ଚେକର୍ସରେ ମୋଦୀ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଭେଟିଥିଲେ। ଏହି ଅବସରରେ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ। ଲଣ୍ଡନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସାକ୍ଷାତ ସମୟରେ ଗୁରୁବାର ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଚୁକ୍ତି ସ୍ୱାକ୍ଷରିତ ହେବା ପରେ, ଦୁଇ ଦେଶ ମଧ୍ୟରେ ନିବେଶ ବୃଦ୍ଧି ପାଇବା ସହ ନିଯୁକ୍ତି ସୁଯୋଗ ଉପଲବ୍ଧ ହେବ। ବିଶ୍ୱସ୍ତରରେ ମଧ୍ୟ ଉଭୟ ଦେଶର ଅର୍ଥନୀତି ସୁଦୃଢ଼ ହେବ। ଏହି ଚୁକ୍ତିକୁ ଚୂଡାନ୍ତ ରୂପ ଦେବା ଲାଗି ଗତ ତିନି ବର୍ଷ ହେବ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିଲା।ସୂଚନା ଅନୁଯାୟୀ, ଭାରତର କୋଇଲା ରପ୍ତାନି ଉପରେ ୯୯% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ସହ 90% ଉତ୍ପାଦ ଉପରେ ଶୁଳ୍କ ହ୍ରାସ ହେବ କିମ୍ବା ହଟାଇ ଦିଆଯିବ। ଏହି ଚୁକ୍ତି ପରେ, ଔଷଧ, ଇଲେକ୍ଟ୍ରୋନିକ୍ସ ଏବଂ ଫ୍ୟାଶନ୍ ଭଳି ସାମଗ୍ରୀ ଶସ୍ତା ହେବ। ତଥାପି, କିଛି ଜିନିଷର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!