ଭୁବନେଶ୍ୱର,୨୮ା୭: ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଆଇଡି କାର୍ଡ ରଙ୍ଗ ବଦଳିଛି। ୨୦୨୫-୨୬ ଶିକ୍ଷାବର୍ଷରୁ ନୂଆ ଆଇଡି କାର୍ଡ ପକାଇବେ ଛାତ୍ରୀଛାତ୍ର। ଏହି ଆଇଡି କାର୍ଡ ସବୁଜ ରଙ୍ଗରୁ ଗେରୁଆ ରଙ୍ଗକୁ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଡ୍ରେସକୋର୍ଡ ଆଉ ଏବେ ଆଇ କାର୍ଡ । ପୁଣିଥରେ ରଙ୍ଗ ବଦଳାଇଛନ୍ତି ମୋହନ ସରକାର । ଏଣିକି ଆଉ ଅଲଗା ଅଲଗା ରଙ୍ଗର ନୁହେଁ ବରଂ ଗେରୁଆ ରଙ୍ଗର ଆଇ-କାର୍ଡ ପକାଇ ସ୍କୁଲ ଆସିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି ।ଏହି ଚିଠିରେ ହିଁ ସ୍କୁଲ ପିଲାଙ୍କ ଗେରୁଆ ଆଇଡି କାର୍ଡ ସମ୍ପର୍କରେ କୁହାଯାଇଛି । ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜଣକ ପିଛା ୫୦୦ ଟଙ୍କାରେ ହଳେ ଜୋତା, ଦୁଇ ହଳ ମୋଜା ଆଉ ତା ସହିତ ଗୋଟିଏ-ଟି ସାର୍ଟ, ଟ୍ରାକ୍ ପ୍ୟାଣ୍ଟ ଆଉ ଟୋପି ଦେବେ ସରକାର । ତେବେ ଏହାସହିତ ପିଲାମାନଙ୍କ ପାଇଁ ଯେଉଁ ନୂଆ ଆଇଡି କାର୍ଡ ଡିଜାଇନ୍ କରାଯାଇଛି ।ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଆଗକୁ ଗେରୁଆ ଆଇ- କାର୍ଡ ପକେଇ ସ୍କୁଲ ଯିବେ । ଯେଉଁଥିରେ ତାଙ୍କ ନାଁ ସହିତ , ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଆଉ ଫୋନ୍ ନମ୍ବର ରହିବ । ହେଲେ ଏ ସବୁ ଭିତରେ କିନ୍ତୁ ସରକାରଙ୍କର ଏ ରଙ୍ଗ ପରିବର୍ତ୍ତନର କଥା ସବୁଠି ଚର୍ଚ୍ଚା ସୃଷ୍ଟି କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |