ବରପଦା ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ

ଭଦ୍ରକ ,୨୮।୦୭ : ବରପଦା ଇଞ୍ଜିନିୟରିଂ କଲେଜରେ  ଅଧ୍ୟକ୍ଷଙ୍କୁ ଆକ୍ରମଣ। ବରପଦା ଇଞ୍ଜିନିଅରିଂ କଲେଜରେ ଡିପ୍ଲୋମା ଅଧ୍ୟକ୍ଷ ଗଙ୍ଗାଧର ଧଳ ନିଜ ଚାମ୍ବରରେ କାର୍ଯ୍ୟ କରୁଥିବା ବେଳେ ଏହି ଆକ୍ରମଣ ହୋଇଛି।ବରପଦା ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କୁ ସଂଗବଦ୍ଧ ଭାବେ ଆକ୍ରମଣ କରିଛନ୍ତି ନିଲମ୍ବିତ କର୍ମଚାରୀ । ଯାହାଫଳରେ ଅଧ୍ୟକ୍ଷ ଗୁରୁତର ଭାବେ ମେଡିକ ବରପଦା ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷ ଗଙ୍ଗାଧର ଧଳ ନିଜ ଚାମ୍ବରରେ କାର୍ଯ୍ୟ କରୁଥିଲେ । ଏହି ସମୟରେ ହଠାତ୍‌ କିଛି କର୍ମଚାରୀ ଅଧ୍ୟକ୍ଷଙ୍କ ଚାମ୍ବରକୁ ଆସି ନିଲମ୍ବନର କାରଣ ପଚାରିଥିଲେ । ଯାହାର ଉତ୍ତର ଦେଇ ଅଧ୍ୟକ୍ଷ କହିଥିଲେ ଯେ, କଲେଜ ମ୍ୟାନେଜମେଣ୍ଟ ତୁମକୁ ନିଲମ୍ବନ କରିଛି । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ପ୍ରାୟ ୭ରୁ ଅଧିକ ନିଲମ୍ବିତ କର୍ମଚାରୀମାନେ ଅଧ୍ୟକ୍ଷଙ୍କୁ ଟାଣି ଆଣି ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏମିତିକି ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି କଲେଜ ଅଧ୍ୟକ୍ଷ । ସେପଟେ କଲେଜ ଅଧ୍ୟକ୍ଷଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହାସହିତ ଭଦ୍ରକ ସହରାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଧ୍ୟକ୍ଷଙ୍କୁ ପଚରାଉଚରା କରୁଛି । ଘଟଣାକୁ ନେଇ ବର୍ତ୍ତମାନ ଯାଏଁ ଅପରପକ୍ଷର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!