ନୂଆଦିଲ୍ଲୀ,୨୮।୭: ଭାରତୀୟ ସେନା ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଠିକ ତିନି ମାସ ପରେ, ପହଲଗାମରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସୂଚନା ଅନୁସାରେ, ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ମୁସା ସୁଲେମାନ, ୟାସିର ଏବଂ ଅଲିଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ସୁଲେମାନ ଏବଂ ୟାସିର ପହଲଗାମ ଆକ୍ରମଣରେ ସାମିଲ ଥିଲେ।ସେମାନଙ୍କଠାରୁ ଆମେରିକା ସ୍ଥିତ କାର୍ବାଇନ, AK-47, 17 ରାଇଫଲ ଗ୍ରେନେଡ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି। ଏହା ଭାରତୀୟ ସେନା ପାଇଁ ଏକ ବଡ଼ ସଫଳତା, ପହଲଗାମ ଆକ୍ରମଣର ସମସ୍ତ ଆତଙ୍କବାଦୀ ନିହତ ହୋଇଥିବାବେଳେ ଏବେ କେବଳ ଜଣେ ବାକି ଥିବା ସୂଚନା ମିଳିଛି।ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀର ପହଲଗାମର ବୈସରଣ ଘାଟିରେ ନରସଂହାର ଘଟାଇଥିବା ଏ ଆତଙ୍କବାଦୀ ନିପାତ ହୋଇଛି । ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଛନ୍ତି ମୂଷା ସହ THE RESISTANT FRONT ବା TRFର ଆଉ ଜଣ ଆତଙ୍କବାଦୀ, ଆଉ ୩ ଜଣ ଆତଙ୍କୀ ଆହତ ମଧ୍ୟ ହୋଇଛନ୍ତି । TRF ହେଉଛି ସେହି ଆତଙ୍କବାଦୀ ସଂଗଠନ ଯିଏ ପହଲଗାମ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ଡ୍ରୋନ୍ କ୍ୟାମେରାରେ କଏଦ ହୋଇଥିବା ଭିଡିଓରେ ରହିଛି ନିହତ ୩ ଜଣ ଆତଙ୍କବାଦୀମାନଙ୍କର ଶବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |