କଟକ,୩୦।୭: ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ରେଭେନ୍ୟୁ ଇନ୍ସ୍ପେକ୍ଟର (RI), ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସ୍ପେକ୍ଟର (ARI), ଅମିନ ଏବଂ ICDS ସୁପରଭାଇଜର ପଦବୀ ପାଇଁ ଆୟୋଜିତ କମ୍ବାଇନ୍ଡ ରିକ୍ରୁଟମେଣ୍ଟ ଏକ୍ସାମିନେସନ (CRE) ୨୦୨୪ର ପ୍ରିଲିମିନାରୀ ପରୀକ୍ଷା ବାତିଲ । ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରୀକ୍ଷା ଆଉ ଥରେ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି। ୨୮୯୫ ପଦବି ଖାଲି ଥିଲା। ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ପିଲା ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ। ସେଥିରୁ ୨ ଲକ୍ଷ ୯୩ ହଜାର ପରୀକ୍ଷା ଦେଇଥିଲେ।ପରୀକ୍ଷାରେ ଅନିୟମିତତା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିବା ପରେ OSSSC ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ମୁଖ୍ୟ ପରୀକ୍ଷାକୁ ଉତ୍ତୀର୍ଣ୍ଣ କରାଯାଇଥିଲା। ଏହା ପରେ କିଛି ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସରକାରୀ ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ ଧାରା ୧୦କୁ ଏହା ଉଲଂଘନ କରୁଛି ବୋଲି କୋର୍ଟରେ ଅଭିଯୋଗ ହୋଇଥିଲା। ଆବେଦନକାରୀଙ୍କ ଆଇନଜୀବୀ ବିପ୍ଳବ ବାହାଲି ଓ ରାଜେନ୍ଦ୍ର କୁମାର ସାହୁ ଏହା କୋର୍ଟଙ୍କୁ ଦର୍ଶାଇଥିଲେ। ରାଜ୍ୟ ସରକାରଙ୍କ ତରଫରୁ ଆଡ଼ଭୋକେଟ୍ ଜେନେରାଲ ମାମଲା ପରିଚାଳନା କରିଥିଲେ।୨୦୨୫ ଅଗଷ୍ଟ ୧ ତାରିଖ ଠାରୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପରୀକ୍ଷା ହେବାର କାର୍ଯ୍ୟକ୍ରମ ଥିଲା। ଏଥି ପାଇଁ ପରୀକ୍ଷାର୍ଥୀମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିଲେ। ଓଏସ୍ଏସ୍ଏସ୍ସି ଦ୍ବାରା ୱେବ୍ସାଇଟ୍ରେ ଆଡମିଟ୍ କାର୍ଡ ମଧ୍ୟ କିଛି ଦିନ କରାଯାଇଥିଲା। ଏବେ ପରୀକ୍ଷା ପରୀକ୍ଷା ବାତିଲ ହୋଇଯିବା ପରେ ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ମନରେ ଅସନ୍ତୋଷ ଦେଖାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |