ଡାବୁଗାଁ ଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଇଓଙ୍କ ଜରିଆରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

ନବରଙ୍ଗପୁର (ମିହିର ଶଙ୍କର ପାତ୍ର,).୩୦।୭:ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ମଙ୍ଗଳବାର ଅପରାହ୍ନ ରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି | ବ୍ଲକ ସଦର ମହକୁମାସ୍ଥିତ ଶିବ ମନ୍ଦିର ଠାରେ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ମାନେ ମିଳିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟ ରେ ପହଞ୍ଚିଥିଲେ | ଏହାପରେ ୟୁନିଫାଏଡ ଉପସ୍ଥାନ ପଦ୍ଧତିକୁ ବିରୋଦ୍ଧ କରି ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଙ୍କୁ ପ୍ରଦାନ କରିଥିଲେ | ଉକ୍ତ ଦାବିପତ୍ରରେ ୬ ଦଫା ଦାବୀ ଯଥା:- ୟୁନିଫାଏଡ ଉପସ୍ଥାନ ପଦ୍ଧତି ଦ୍ଵାରା ଉପସ୍ଥାନ ତୁରନ୍ତ ସ୍ଥଗିତ କରାଯାଉ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା, ଠିକା ନିଯୁକ୍ତି ବନ୍ଦ କରିବା, ଏଚଆରଏମଏସ ରେ ଛୁଟିନେବା ସହିତ ଲିଖିତ ଆକାରରେ ଛୁଟି ନେବାକୁ ମଧ୍ୟ ଅନୁମତି ପ୍ରଦାନ, ଏକ୍ସ- କ୍ୟାଡର ଉଚ୍ଛେଦ କରି ସମସ୍ତ ଶିକ୍ଷକ ଙ୍କୁ ଗୋଟିଏ କ୍ୟାଡର କରାଯାଉ ଓ ବିଦ୍ୟାଳୟ ଗୁଡିକରେ ଛାତ୍ରୀଛାତ୍ର ଓ ଶିକ୍ଷୟତ୍ରୀ ଶିକ୍ଷକ ଙ୍କୁ ସମସ୍ତ ପ୍ରକାର ଭିତ୍ତିଭୂମି ଯୋଗାଇଦେବା ଆଦି ଦାବୀ ଉଲ୍ଲେଖ ରହିଛି | ଏହି ଦାବିପତ୍ର ପ୍ରଦାନ ସମୟରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଶିକ୍ଷୟତ୍ରୀ ବନଲତା ମହାନ୍ତି, ଗୀତାଞ୍ଜଳି ନିହାଲ, ପ୍ରତିମା ମାଝି, ଲକ୍ଷ୍ମୀପ୍ରିୟା ଚୌଧୁରୀ, ବିଷ୍ଣୁପ୍ରିୟା ବେହେରା, ନମିତା ମାଝି ଓ ନିବେଦିତା ଦାଶ, ଶିକ୍ଷକ ଜିତେନ୍ଦ୍ର କୁମାର ମାଝି,, କୃଷ୍ଣଚନ୍ଦ୍ର ପଣ୍ଡା, ରତିକାନ୍ତ ନାୟକ, ଧନସିଂ ତନ୍ତି, ଦୟାନିଧି ବଞ୍ଜରା, ମୋହନସିଂ ଗଣ୍ଡ, ସୁରେଶ ଚନ୍ଦ୍ର ବେହେରା, ବଲ୍ଲଭ ନାରାୟଣ ପଣ୍ଡା,ଅଭିରାମ ପାଢ଼ୀ, ବିଶ୍ଵେଶ କୁମାର ତ୍ରିପାଠୀ, ପ୍ରଦୀପ କୁମାର ପାଢୀ, ସମୁଦୁ ଗଣ୍ଡ, ରବି ପ୍ରଧାନ,ସୁରେଶ ହରିଜନ, ଯୁଜେଷ୍ଟି ମାଝୀ ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!