ଇସ୍ରୋ-ନାସାର NISAR ସାଟେଲାଇଟ୍ ଲଞ୍ଚ୍

ନୂଆଦିଲ୍ଲୀ,୩୦।୭: ୨ଜୁଲାଇ 30 ଭାରତ ଏବଂ ସମଗ୍ର ବିଶ୍ୱ ପାଇଁ ଏକ ଐତିହାସିକ ଦିନ ହୋଇଗଲା।  ନାସା ଏବଂ ISRO ର ମିଳିତ ପ୍ରକଳ୍ପ, NISAR (ନାସା-ISRO ସିନ୍ଥେଟିକ୍ ଆପର୍ଚର ରାଡାର) ସାଟେଲାଇଟର ସଫଳ ଉତକ୍ଷେପଣ ହୋଇଛି । GSLV-F16 ଜରିଆରେ ମହାକାଶ ପଠାଗଲା NISAR ।ଏହି ଉତକ୍ଷେପଣ ସନ୍ଧ୍ୟା 5:40 ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ କରାଯାଇଥିଲା । ଯାହାକୁ ଭାରତର ମହାକାଶ ବିଜ୍ଞାନରେ ଏକ ବଡ଼ ସଫଳତା ଭାବରେ ଦେଖାଯାଉଛି ।୦୨୫ ଜୁଲାଇ ୩୦ ଭାରତ ଓ ଦୁନିଆ ପାଇଁ ଏକ ଐତିହାସିକ ଦିନ ହୋଇଛି । ନାସା ଏବଂ ଇସ୍ରୋ ଦ୍ୱାରା ମିଳିତ ଭାବରେ ବିକଶିତ NISAR (NASA-ISRO Synthetic Aperture Radar)ର ବହୁ ପ୍ରତୀକ୍ଷିତ ଉତ୍‌କ୍ଷେପଣ ସଫଳ ହୋଇଛି । ବୁଧବାର ସନ୍ଧ୍ୟା ୫:୪୦ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଏହାର ଉତ୍‌କ୍ଷେପଣ ହୋଇଛି । ଏହା ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ୧୦୨ତମ ପ୍ରକ୍ଷେପଣ ହେବ । ନିସାର ମିଶନ ପାଇଁ ୨୭.୩୦ ଘଣ୍ଟାର ଓଲଟା ଗଣତି ମଙ୍ଗଳବାର ଦିନ ୨:୧୦ରୁ ଆରମ୍ଭ ହୋଇଥିଲା ।ନିସାର ଏକ ପର୍ଯ୍ୟବେକ୍ଷଣ (ଅବଜରବେସନ୍) ଉପଗ୍ରହ । ଏହି ଉପଗ୍ରହକୁ GSLV-F16ରେ ଉତ୍‌କ୍ଷେପଣ କରାଯିବ ଏବଂ ୭୩୪ କିଲୋମିଟର ସୂର୍ଯ୍ୟ ସମକାଳୀନ କକ୍ଷପଥରେ ସ୍ଥାପନ କରାଯିବ । ଏହା ଏପରି ଏକ କକ୍ଷପଥ ଯେଉଁଥିରେ ଉପଗ୍ରହଟି ପ୍ରତିଦିନ ସମାନ ସମୟରେ ଗୋଟିଏ ସ୍ଥାନରେ ପହଞ୍ଚିଥାଏ ।ନିସାର ଉପଗ୍ରହ ପ୍ରତି ୧୨ ଦିନରେ ପୁରା ବିଶ୍ୱକୁ ସ୍କାନ କରିବ । ନାସା- ଇସ୍ରୋ ସିନ୍ଥେଟିକ୍ ଆର୍ପେଚର ରାଡାର ପାଇଁ ବ୍ୟବହୃତ ହେଉଥିବା NISAR ଏବେ ପୃଥିବୀର ଅଦ୍ଭୂତ ଦୃଶ୍ୟ ପ୍ରଦାନ କରିବ । ଏହି ଉପଗ୍ରହ ଭୂମିକମ୍ପ, ସୁନାମି, ଆଗ୍ନେୟ ଉଦଗୀରଣ ଏବଂ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସତର୍କ ସୂଚନା ଦେବ । ଏହାକୁ ପୃଥିବୀର ମ୍ୟାଗ୍ନେଟିକ୍ ରିଜୋନାନ୍ସ ଇମେଜିଂ ବା MRI ସ୍କାନର ବୋଲି କୁହାଯାଉଛି । କାରଣ ଏହା ପୃଥିବୀ ପୃଷ୍ଠର ଆତି ସୂକ୍ଷ୍ମ ଚିତ୍ର ନେଇ ତାର ବିଶ୍ଲେଷଣ କରିପାରିବ ଅର୍ଥାତ୍ ପୃଥିବୀରେ ଏକ ସେଣ୍ଟିମିଟର ପରିବର୍ତ୍ତନକୁ ମଧ୍ୟ ନିସାରରେ ଲାଗିଥିବା କ୍ୟାମେରା କ୍ୟାପଚର କରିପାରିବ ।ନାସାର ଏଲ୍-ବ୍ୟାଣ୍ଡ ଏବଂ ଇସ୍ରୋର ଏସ୍-ବ୍ୟାଣ୍ଡ ସହ ୨,୩୯୨ କିଲୋଗ୍ରାମ ଓଜନର ଏହା ପ୍ରଥମ ଉପଗ୍ରହ ହେବ, ଯିଏ ଦୁଇଟି ଫ୍ରିକ୍ୱେନ୍ସିରେ ପୃଥିବୀର ନୀରକ୍ଷଣ କରିବ । NASA ଅନୁଯାୟୀ, “ପ୍ରତ୍ୟେକ ସିଷ୍ଟମର ସିଗନାଲ୍ ପୃଥିବୀ ପୃଷ୍ଠରେ ଥିବା ବିଭିନ୍ନ ଆକାରର ବୈଶିଷ୍ଟ୍ୟ ପ୍ରତି ସମ୍ବେଦନଶୀଳ ଏବଂ ପ୍ରତ୍ୟେକର ଆର୍ଦ୍ରତା ଏବଂ ଗତି ଭଳି ବିଭିନ୍ନ ଗୁଣ ମାପିବା ପାଇଁ ଦକ୍ଷ ।”ଗୋଟିଏ ସାଟେଲାଇଟରେ ଦୁଇଟି ରାଡାର ସିଷ୍ଟମ ସ୍ଥାପନ କରିବା ଏକ ଅନନ୍ୟ ଇଞ୍ଜିନିୟରିଂ ସଫଳତା । କାରଣ ଦୁଇଟି ସିଷ୍ଟମକୁ ବିଭିନ୍ନ ହାର୍ଡୱେୟାର ସେଟ୍ ଆବଶ୍ୟକ, ଏବଂ ପରସ୍ପର ସହିତ ହସ୍ତକ୍ଷେପ ନକରି ପରିପୂରକ ପଦ୍ଧତିରେ କାର୍ଯ୍ୟ କରିବାକୁ ପଡିବ । ତେଣୁ ଏହା ପୃଥିବୀ ପୃଷ୍ଠରେ ଘଟୁଥିବା ବିଭିନ୍ନ ଘଟଣାର ଅଧ୍ୟୟନ କରିପାରିବ । ଉଦାହରଣ ପାଇଁ ସମୁଦ୍ର ବରଫର ଗତି, ଝଡ଼ର ପଥ, ଉଦ୍ଭିଦ ଏବଂ ଜଙ୍ଗଲରେ ପରିବର୍ତ୍ତନ, ଏପରିକି ଭୂମିକମ୍ପ ଏବଂ ଆଗ୍ନେୟଗିରି ସମୟରେ ଗତିବିଧି ଉପରେ ନଜର ରଖିବ । ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ ଏହି ଉପଗ୍ରହ ଜଳବାୟୁ ପରିବର୍ତ୍ତନ କିମ୍ବା ପ୍ରାକୃତିକ ବିପଦର ମୁକିବାଲରେ ସହାୟକ ହେବ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!