ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୨।୮ :- ଅପରାହ୍ନ 3ଘଣ୍ଟା ସମୟରେ ଡାବୁଗାଁ ବ୍ଲକ ର ନନ୍ଦପୁରା ଗ୍ରାମ ରେ SC ସମାଜର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହେଲା। ଏହି ବୈଠକ ରେ ସମାଜ ର ଉନ୍ନତି ସହ ଗ୍ରାମର ଉନ୍ନତି ପାଇଁ ନିସ୍ବତୀ ନିଆଗଲା। ତତ ସଙ୍ଗେ ସଙ୍ଗେ SC ସମାଜ ର ଛାତ୍ର ଛାତ୍ରି ମାନେ ଯଦି ଶିକ୍ଷା କ୍ଷେତ୍ରରେ ଗ୍ରାମର ନା ରଖନ୍ତି ତେବେ ତାଙ୍କୁ ସମାଜ ତରଫରୁ ଉପହାର ଦିଆଯିବ। ଏହାସହ ପ୍ରତିବର୍ଷ ଜାନୁଆରୀ ୫ତାରିଖ କୁ ବାର୍ଷିକ ଉତ୍ସବ ପାଳନ କରାଯିବା ପାଇଁ ନିସ୍ବତୀ ନିଆଁ ଗଲା। ଆଜିର ବୈଠକରେ ଉପସ୍ଥିତି ଥିଲେ ସଭାପତି ଅନାଦୁ ସୁନା, ଉପ ସଭାପତି ସୁଶାନ୍ତ ସାଗରିଆ,ସମ୍ପାଦକ ମୟ ପନାକା, କୋଷାଧକ୍ଷ ଭାସ୍କର ସୁନା ସହ 25 ଜଣ କମିଟି ସଦସ୍ୟ ବାଛ ଗଲା। ଆଜିର ବୈଠକରେ SC ସମାଜର ୫୦ରୁ ଉର୍ଦ୍ଧ ସମାଜର ପ୍ରମ୍ମୁଖ ବ୍ୟକ୍ତି ମାନେ ଉପସ୍ଥିତି ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |