ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୨।୮ :ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ଲକ୍ଷ୍ମୀ ମା’ଙ୍କର ଶ୍ରବଣ ପରିକ୍ରମା ଉଦ୍ଯାପିତ। ଏକମାସ ଧରି ଚାଲିଥିବା ଲକ୍ଷ୍ମୀ ମା’ଙ୍କର ଶ୍ରବଣ ପରିକ୍ରମାରେ ଡାବୁଗାଁ ବ୍ଲକର ବିଭିନ୍ନ ଗ୍ରାମର ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଜୟଗୁରୁ ଭକ୍ତମାନେ ସାମିଲ ହୋଇଥିଲେ। ବିଶେଷକରି ଡାବୁଗାଁ ବ୍ଲକ ସତ୍ସଙ୍ଗ ବିହାର ଆନୁକୂଲ୍ୟରେ ପ୍ରତ୍ୟେକ ଦିନ ୨ଟାରେ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହେଉଥିଲା। ଆଜି ଡାବୁଗାଁ,ଜୟନ୍ତୀନଗର ଡ଼ଙ୍ଗାରିଗୁଡା ଗ୍ରାମର ଜୟଗୁରୁ ମା ଓ ଭାଇ ଓ ଶ୍ରଦ୍ଧାଳୁମାନେ ଏହି ଶ୍ରବଣ ପରିକ୍ରମା କାର୍ଯ୍ୟକ୍ରମରେ ସାମିଲ ହୋଇ ଭଜନ, କୀର୍ତ୍ତନ, ଯାଜନ କରିଥିଲେ। ଏହି ଶ୍ରାବଣ ପରିକ୍ରମା ମାସେବ୍ୟାପି ଅନୁଷ୍ଠିତ ହୋଇ ଆଜି ଉଜ୍ଯାପିତ ହେଲା।ଆଜି ଏହି କାର୍ଯ୍ୟକ୍ରମରେ ଵରିଷ୍ଟ ସ୍ୱସ୍ତିନି ଧାରୀ ପ୍ରଫୁଲ କୁମାର ପଟ୍ଟନାୟକ,ପ୍ରିୟାଦର୍ଶିନୀ ପାତ୍ର,ରାଜେଶ୍ୱରୀ ପାତ୍ର,ବିଜୟ ଲକ୍ଷ୍ମୀ ପଟ୍ଟନାୟକ ସହ ବ୍ଲକର ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କର ଭକ୍ତମାନେ ଏଥିରେ ବହୁ ସଂଖ୍ୟାରେ ସାମିଲ ହୋଇ ବିଭୁକୃପା ଲାଭ କରିଥିଲେ। ଆଜିର କାର୍ଯ୍ୟକ୍ରମଟି ସୁରୁଖୁରୁରେ ଅନୁଷ୍ଠିତ ହେଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |