ଶୁଭାଂଶୁ ଶୁକ୍ଳାଙ୍କୁ ସମ୍ମାନିତ କଲା ସଂସଦ

ନୂଆଦିଲ୍ଲୀ,୧୯ା୮: ବିରୋଧୀ ସଦସ୍ୟମାନଙ୍କ ଅନୁପସ୍ଥିତି ମଧ୍ୟରେ ସଂସଦ ସୋମବାର ଭାରତୀୟ ବାୟୁସେନା ପାଇଲଟ୍‌ ତଥା ଗ୍ରୁପ୍‌ କ୍ୟାପ୍‌ଟେନ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ସମ୍ମାନିତ କରିଛି। ନିକଟରେ ସେ ଆକ୍ସିଓମ୍‌-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ସଫଳତାର ସହ ଯାତ୍ରା କରି ଦେଶ ପାଇଁ ଗର୍ବ ଆଣିବା ସହ ଜାତୀୟ ପ୍ରତୀକ ପାଲଟଛନ୍ତି। ଭାରତୀୟ ମହାକାଶ ଅନ୍ବେଷଣରେ ଏହା ଏକ ନୂଆ ଅଧ୍ୟାୟ ବୋଲି ପାର୍ଲାମେଣ୍ଟ କହିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା। ସୋମବାର ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ସ୍ଥିତ ସରକାରୀ ବାସଭବନରେ ଭେଟିଥିଲେ। ଏହି ସମୟରେ ଶୁଭାଂଶୁ ଇସ୍ରୋ ମହାକାଶଚାରୀ ଜ୍ୟାକେଟ୍ ପିନ୍ଧିଥିଲେ। ଏହି ଅବସରରେ ଶୁଭାଂଶୁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ମହାକାଶ ଯାତ୍ରା ବାବଦରେ ଜଣାଇବା ସହ ଆଇଏସଏସର ଅନୁଭବ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଏଥିସହ ତାଙ୍କ ଉପଲବ୍ଧିର ମଧ୍ୟ ପ୍ରଶଂସା କରିଥିଲେ। ଏହା ସହ ଶୁଭାଂଶୁ ମହାକାଶରେ କରିଥିବା ଗବେଷଣା ବାବଦରେ ଅବଗତ କରାଇଥିଲେ। ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା କରିଥିଲେ ମୋଦି ଓ ଶୁଭାଂଶୁ।ତେବେ ସବୁଠୁ ମୁଖ୍ୟ ଆକର୍ଷଣ ହେଉଛି ଏହି ଭେଟଘାଟ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭାଂଶୁ ଦେଇଥିବା ଉପହାର। ଆକ୍ସିୟମ୍-୪ ମିଶନରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ନେଇଥିବା ଭାରତର ଜାତୀୟ ପତାକା ଏପଂ ସେଠାରୁ ଉଠାଇଥିବା ପୃଥିବୀର ଫଟୋକୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର ସ୍ବରୁପ ଦେଇଥିଲେ। ଏକ ଟାବଲେଟ୍ କମ୍ପ୍ୟୁଟରରେ ଆଇଏସ୍‌ଏସରୁ ଏହି ଫଟୋ ଉଠାଇଥିଲେ ଶୁଭାଂଶୁ|ମୋଦୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, “ଶୁଭାଂଶୁ ଶୁକ୍ଲାଙ୍କ ସହ ମହାକାଶରେ ତାଙ୍କ ଅଭିଜ୍ଞତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି ଏବଂ ଭାରତର ମହତ୍ତ୍ୱାକାଂକ୍ଷୀ ଗଗନୟାନ ମିଶନ ସମ୍ପର୍କରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ତାଙ୍କ କୃତିତ୍ୱ ପାଇଁ ଭାରତ ଗର୍ବିତ।”

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!