ନୂଆଦିଲ୍ଲୀ,,୧୮।୮: ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ବଡ଼ ଭେଟି । ଟ୍ଵିନ୍ ସିଟିରେ ତିଆରି ହେବ ନୂଆ ରିଂ ରୋଡ୍ । କଟକ-ଭୁବନେଶ୍ଵର ମଧ୍ୟରେ ଟ୍ରାଫିକ୍ ନିୟନ୍ତ୍ରଣ ସହ ଯାତାୟାତକୁ ସୁଗମ କରିବା ଲାଗି ନିର୍ମାଣ ହେବ ୬ ଲେନ୍ ବିଶିଷ୍ଟ ରିଂ ରୋଡ୍ । ୧୧୦.୮୭୫ କିଲୋମିଟର ରାସ୍ତା ପାଇଁ ୮୩୦୭.୭୪ କୋଟି ଖର୍ଚ୍ଚ କରାଯିବ । କେନ୍ଦ୍ର କ୍ୟାବିନେଟ୍ ଏହି ରିଂ ରୋଡ୍ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି ।ନୂଆ ରିଂ ରୋଡ୍ଟି ଖୋର୍ଦ୍ଧା ରାମେଶ୍ଵରରୁ କଟକର ଟାଙ୍ଗୀକୁ ଛୁଇଁବ । ଏହା ଫଳରେ ଜାତୀୟ ରାଜପଥ ୧୬ରେ ହେଉଥିବା ଭିଡ଼ ହ୍ରାସ ପାଇବ । କଟକ, ଭୁବନେଶ୍ଵର ଏନ୍ଏଚ୍-୧୬ରେ ହେଉଥିବା ଭିଡ଼ ନୂଆ ରିଂ ରୋଡ୍ ଖୋର୍ଦ୍ଧା ଆଡ଼କୁ ପାସ୍ କରିବ । ଅଢ଼େଇ ବର୍ଷରେ ସରିବ ୧୧୧ କିଲୋମିଟର ୬ ଲେନ୍ ବିଶିଷ୍ଟ ରିଂ ରୋଡ୍ କାର୍ଯ୍ୟ । ଏହି ରିଂ ରୋଡ୍ ଦ୍ଵାରା ବିଶେଷକରି ସାମଗ୍ରୀ ପରିବହନ ସୁବିଧା ହେବ ।ନୂଆ ରିଂ ରୋଡ୍ ଏନ୍ଏଚ୍-୧୬ ସହ ୩ଟି ମୁଖ୍ୟ ଜାତୀୟ ରାଜପଥ ଏନ୍ଏଚ୍-୫୫, ଏନ୍ଏଚ୍-୫୭ ଓ ଏନ୍ଏଚ୍-୬୫୫ ସହ ଏସଏଚ୍-୫୪ ସହ ଯୋଡ଼ି ହେବ । ଏହାଦ୍ଵାରା କୋଲକାତା-ଚେନ୍ନାଇ ମଧ୍ୟରେ ପରିବହନ ଆହୁରି ସୁଗମ ହେବ । ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଲାଗି ୧୦୨୯.୪୩ କୋଟି ରଖାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |