ଭୁବନେଶ୍ୱର,୨୧ା୮: ବାରଙ୍ଗରେ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ । ଏଥିପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିଲା ବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଚୂଡ଼ାନ୍ତ ଅନୁମୋଦନ ଅପେକ୍ଷାରେ ରହିଛି । ଏଥିପାଇଁ ୩୦ ଏକର ଜମି ଚିହ୍ନଟ କରାଯାଇ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି ।ଗଙ୍ଗେଶ୍ବର ମୌଜାରେ ନିର୍ମାଣ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ । ତେବେ ବିଭାଗ ପକ୍ଷରୁ କଟକ ସହର ଭିତରେ ଜମି ବାଛିବା ପାଇଁ କୁହାଯାଇଥିଲା, କିନ୍ତୁ ସହର ଭିତରେ ଏକ ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ଆବଶ୍ୟକ ଜମି ମିଳିପାରି ନଥିଲା । ତେଣୁ ସହର ବାହାରେ ଗଙ୍ଗେଶ୍ବର ମୌଜାରେ ନିର୍ମାଣହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ ।ପ୍ରାଥମିକ ପର୍ଯ୍ୟାୟରେ ବାରଙ୍ଗରେ ପାଖାପାଖି ୪୦ ଏକର ଜମି ଅଧିଗ୍ରହଣ ପାଇଁ ବଛାଯାଇଥିଲା । ପରବର୍ତ୍ତୀ ସମୟରେ ବିଶ୍ବବିଦ୍ୟାଳୟ ପାଇଁ ପାଖାପାଖି ୩୦ ଏକର ଜମି ଚିହ୍ନଟ ହୋଇଥିଲା । ଅନ୍ୟପକ୍ଷରେ ରାଜ୍ୟରେ ବର୍ତ୍ତମାନ ପାଖାପାଖି ୨୬ଟି ଦୃଷ୍ଟିବାଧିତ ବିଦ୍ୟାଳୟ ଅଛି। ଏହି ବିଦ୍ୟାଳୟମାନଙ୍କରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଆଗକୁ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ ଦ୍ବାରା ଅଧିକ ଉପକୃତ ହୋଇପାରିବେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |