ନୂଆଦିଲ୍ଲୀ,୨୨ା୮: ସଂସଦ ଭବନର ସୁରକ୍ଷା ବ୍ୟବସ୍ଥାକୁ ଚକମା ଦେଇ ଜଣେ ବ୍ୟକ୍ତି ଶୁକ୍ରବାର କାନ୍ଥ ଚଢ଼ି ପଶିଥିଲେ। କିନ୍ତୁ, ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ସୂତ୍ର ଅନୁଯାୟୀ, ଏହି ଘଟଣା ସକାଳ ପ୍ରାୟ ୬.୩୦ ସମୟରେ ଘଟିଥିଲା ଏବଂ ଏ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି।ସଂସଦର ସୁରକ୍ଷାରେ ବଡ ତ୍ରୁଟି ଦେଖାଦେଇଛି । ଜଣେ ଅଜଣା ବ୍ୟକ୍ତି ପାଚେରୀ ଡେଇଁ ସଂସଦ ଭବନରେ ପ୍ରବେଶ କରି ଗରୁଡ ଫାଟକରେ ପହଞ୍ଚିଥିଲେ । ଘଟଣାଟି ସକାଳ ପ୍ରାୟ ସାଢେ ୬ଟା ସମୟରେ ଘଟିଥିଲା ଏବଂ ସେ ରେଳ ଭବନ ପାଶ୍ୱର୍ରୁ ଏକ ଗଛ ଚଢି କାନ୍ଥ ଡେଇଁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ସୁରକ୍ଷାକର୍ମୀ ମାନେ ତୁରନ୍ତ ସେହି ବ୍ୟକ୍ତିଙ୍କୁ କାବୁ କରିଥିଲେ ।ତେବେ ସଂପୃକ୍ତ ବ୍ୟକ୍ତି ଜଣଙ୍କ କାହିଁକି ସଂସଦ ଭବନରେ ପ୍ରବେଶ କରିଥିଲେ ସେ ବିଷୟରେ ଜଣାପଡିନାହିଁ । ସଂପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ ସହ ତାଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ କରାଯାଉଛି । ଗୁରୁବାର ମୌସୁମୀ ଅଧିବେଶନ ଶେଷ ହେବା ପରେ ଶୁକ୍ରବାର ସକାଳୁ ଏଭଳି ଘଟଣା ଘଟିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |