ଭୁବନେଶ୍ବର ,୨୩।୮: ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହାତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି । ଭୁବନେଶ୍ବର ଲୋୟର ପିଏମ୍ଜିରେ ବିଭିନ୍ନ ହିନ୍ଦୁ ସଂଗଠନର ବିକ୍ଷୋଭ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସନାତନୀ ହିନ୍ଦୁ ସଂଗଠନ ମିଳିତ ଭାବେ ଆନ୍ଦୋଳନ କରୁଛନ୍ତି । ପୂର୍ବ ସରକାର ସେମାନଙ୍କ ଦାବି ଶୁଣିନଥିବା ବେଳେ ଏବେ ମୋହନ ସରକାର ଆସିବା ପରେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେଣୁ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରିଛି ହିନ୍ଦୁ ସଂଗଠନ । ଏହାସହ ୨୫ ବର୍ଷ ହେବ କେନ୍ଦୁଝର ଜେଲ୍ରେ ସଜ୍ଜା କାଟୁଥିବା ହିନ୍ଦୁ ନେତା ଦାରା ସିଂଙ୍କୁ ସଜ୍ଜା ମୁକ୍ତ କରିବା ପାଇଁ ଦାବି କରିଛି ସଂଗଠନ ।୧୭ ବର୍ଷରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ। ଅଗଷ୍ଟ ୨୩, ୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା। ଏ ଲୋମହର୍ଷକ ହତ୍ୟାକାଣ୍ଡକୁ ଆଜି ୧୭ ବର୍ଷ ପୂରିଛି। ଏହାର CBI ଯାଞ୍ଚ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ତାଙ୍କ ସମର୍ଥକମାନେ। ହତ୍ୟାକାଣ୍ଡକୁ ନେଇ ବସିଥିବା କମିଶନ ମଧ୍ୟ ରିପୋର୍ଟ ଦେଇଛନ୍ତି। ତାହା ମଧ୍ୟ ସାର୍ବଜନୀନ ହୋଇନାହିଁ। ହତ୍ୟାକାଣ୍ଡର CBI ଯାଞ୍ଚ ଏବଂ କମିଶନ ରିପୋର୍ଟକୁ ସାର୍ବଜନୀନ କରିବା ଦାବିରେ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମର୍ଥକମାନେ।ସେପଟେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆଜି ଫୁଲବାଣୀରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୭ଶ ଶ୍ରାଦ୍ଧବାର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଫୁଲବାଣୀର ଗାନ୍ଧୀ ସ୍ମୃତି ଭବନରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ମୁଖ୍ୟ ଅତିଥି ଭାବରେ ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀର ସଦସ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ସେବା ପ୍ରମୁଖ ଅଜୟ ପାରିକ, କଲିକତା କ୍ଷେତ୍ର ସେବା ପ୍ରମୁଖ ହରିଶଚନ୍ଦ୍ର ପ୍ରଧାନ, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ପ୍ରମୋଦ ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ରବିନାରାୟଣ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହା ସହିତ ସଭାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ଏବଂ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବହୁ ସମର୍ଥକ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |