ସେମଳା ଠାରେ ସି.ଆର.ସି.ସି. ତରଫରୁ ପ୍ରଧାନ ଶିକ୍ଷକଙ୍କ ସହ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଟ୍ରେନିଂ ଅନୁଷ୍ଠିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର):ପାପଡା ହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ରରେ ସି.ଆର.ସି.ସି. ବାବୁଲାଲ ସାଗରଙ୍କ ଆନୁକୁଲ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କ ଯୋଗଦାନରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଟ୍ରେନିଂ ଅନୁଷ୍ଠିତହେଲା। ନବ ଭାରତ ସାକ୍ଷର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଧାନ ଶିକ୍ଷକ ତରଫରୁ ୧୫ ରୁ ୩୫ ବର୍ଷ ଲୋକଙ୍କୁ ସର୍ଭେକ୍ଷଣ କରି ଶିକ୍ଷିତ କରିବା ପାଇଁ ସମାଜରେ ଶିକ୍ଷକର ଗୁରୁଦାୟିତ୍ୱ ବାବଦରେ ଆଲୋକ ପାତ କରିଥିଲେ ସି ଏର ସିସି। ଆସନ୍ତା ତା -1-9-25 ରୁ ତା= 7-9-2025 ମଧ୍ୟରେ ଏକ ସପ୍ତାହ ମଧ୍ୟରେ ଶିକ୍ଷା ପାଇଁ ସଚେତନତା ସଭା ଓ ଗାଁରେ ଶିକ୍ଷା ଶୋଭାଯାତ୍ରା ପାଇଁ ଗଣଶିକ୍ଷାବିଭାଗର ପତ୍ର ଆଧାରରେ ସି.ଆର.ସି.ସି. ଆଲୋକ ପାତ କରିଥିଲେ। ଆଜିର ବୈଠକରେ ପାପଡା ହାଣ୍ଡି ଏ. ବିଇ .ଓ .ତଥା ନବ ଭାରତ ସାକ୍ଷର କାର୍ଯ୍ୟକ୍ରମ ର ନତାଲ ଅଫିସର ସୂଦର୍ଶନ ନାୟକ ଯୋଗଦାନ କରି ଉଲ୍ଲାସ ଆପ ଡାଉନ ଲୋଡ ସହ ବ୍ୟକ୍ତିର ତଥ୍ୟ ପୂରଣ ପାଇଁ ମତ ରଖିଥିଲେ। ଏଭଳି ଏ. ବିଇ. ଓ .ପୂର୍ଣ୍ଣଚନ୍ଦ୍ର ପୂଜାରୀ ଯୋଗଦେଇ ଆସନ୍ତା ଦିନରେ ନବ ଭାରତ ସାକ୍ଷର କାର୍ଯ୍ୟକ୍ରମର ସଚେତନା ପାଇଁ ତିନୋଟି କ୍ଲଷ୍ଟର ର ମିଶ୍ରଣ ମାଧ୍ୟମରେ ବୈଠକ ପାଇଁ କହିଥିଲେ।ବୈଠକରେ ସେମଳା ପ୍ରଧାନ ଶିକ୍ଷୟିତ୍ରୀ ଵେହେରା ନିର୍ମଳ ବେହେରା,ପରମେଶ୍ବର ସାହୁ,ମିଳନ ଗହିର ,ରମେଶ ଵେନିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!