ଦୁର୍ଗାପୂଜା ଭସାଣୀରେ ବାଜିବନି ଡିଜେ, ବାଣ

ଭୁବନେଶ୍ୱର,୧/୯: ପାଖେଇ ଆସୁଛି   ପ୍ରସିଦ୍ଧ ଦୁର୍ଗାପୂଜା।ରାଜଧାନୀର ଦୁର୍ଗାପୂଜା ଭସାଣିରେ ଏଥର ଡିଜେ ବନ୍ଦ। ଖାଲି ଡିଜେ ନୁହେଁ ଲେଜର ଲାଇଟ୍ ଓ ବାଣ ବି ବନ୍ଦ। ଟୁଇନ ସିଟି କଟକ ଓ ଭୁବନେଶ୍ବରରେ ଲାଗିଛି ଏଭଳି କଟକଣା। କେବଳ ପାରମ୍ପରିକ ବାଜାରେ ହେବ ମାଆଙ୍କ ଭସାଣି। ଏଥିପାଇଁ ସଜେଇ ହେଲାଣି ଗାଁ-ସହର। ବନ୍ଧା ଗଲାଣି ତୋରଣ। ହେଲେ ପୂଜା ଆରମ୍ଭରୁ ଆସିଛି ବଡ଼ ସୂଚନା। ଏଥର ଦୁର୍ଗାପୂଜା ଭସାଣୀରେ ବାଜିବନି ଡିଜେ।ର୍ଗା ପୂଜା ପାଇଁ ପ୍ରସ୍ତୁତି ପୋଲିସ ସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ରାଜଧାନୀରେ ଦୁର୍ଗା ପୂଜା ପାଇଁ ଆଜି କମିଶନରେଟ ପୋଲିସର ବଡ ବୈଠକ ବସିଥିଲା। ଶାରଦୀୟ ପୂଜା ପୂର୍ବରୁ ସମସ୍ତ ପୂଜା କମିଟି ସହ ବୈଠକ ଡାକି ଆଲୋଚନା କରିଛନ୍ତି ପୋଲିସ କମିଶନର। ପୂଜାକୁ ନେଇ ଅନେକ ସ୍ଥାନରେ ବିଶୃଙ୍ଖଳା ଦେଖା ଯାଉଥିବା ବେଳେ ଏହି ପ୍ରସ୍ତୁତି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଥିବା ଜଣାଯାଇଛି। ବୈଠକରେ ସମସ୍ତ ବିଧାୟକ ସହ ଜିଲ୍ଲାପାଳ,  ବିଏମସି କମିଶନର ଓ ଅନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!