ନୂଆଦିଲ୍ଲୀ, ୧।୯: ସୋମବାର ଚାଇନାର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସାକ୍ଷାତ ସମୟରେ ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା। ସାଙ୍ଘାଇ ସମନ୍ୱୟ ସଂଗଠନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ତାଙ୍କ ପ୍ରିୟ ବନ୍ଧୁ ତଥା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ କାର୍ରେ ବସି ଯାଉଥିବାର ଦେଖିବାକୁ ମିଳିଛି। ସୂଚନା ରହିଛି ଯେ ପୁଟିନ୍ ମୋଦୀଙ୍କ ସହିତ ଯିବା ପାଇଁ ଇଚ୍ଛା ପ୍ରକାଶ କଲେ ଓ ସେଥିପାଇଁ ୧୦ ମିନିଟ୍ ଅପେକ୍ଷା କରି ରହିଲେ। ପୁଣି ଦୁଇ ବନ୍ଧୁ ସାଙ୍ଗ ହୋଇ ଏକାଠି ଏକ କାର୍ରେ ଗଲେ। ହୋଟେଲ୍ରେ ପହଞ୍ଚିବା ପରେ ବି ଦୁହେଁ ଗାଡ଼ି ଭିତରେ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ। ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କରେ ସବୁଠାରୁ ବଡ ସମସ୍ୟା ଯଦି କୌଣସି ଦେଶକୁ ହୋଇଥାଏ ତାହା ହେଉଛି ଆମେରିକା । ଏହି ସମୟରେ ପରିସ୍ଥିତି ଏପରି ହୋଇଛି ଯେ ଚୀନ୍ , ଭାରତ ଓ ରୁଷ ମିଳିତ ଭାବରେ ସାରା ବିଶ୍ୱରେ ଖବରର ଶିର୍ଷରେ ରହିଛନ୍ତି । ଚୀନରେ ଏସ୍ସିଓ ବୈଠକ ପରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା, ଯେଉଁଥିରେ ଉଭୟ ଦେଶ ପରସ୍ପର ସହିତ ଐତିହାସିକ ସମ୍ପର୍କକୁ ଉଲ୍ଲେଖ କରି କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ବହୁମୁଖୀ ସହଯୋଗ ରହିଛି । ସେମାନେ ଏହାକୁ ଆହୁରି ମଜବୁତ କରିବାକୁ ଚାହୁଁଛନ୍ତି । ପୁଟିନ୍ ଏହି ଆଲୋଚନାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି ଯେ ଭାରତ ସହ ରାଜନୈତିକ ନୁହେଁ ବିଶ୍ୱାସର ସମ୍ପର୍କ ରହିଛି ।ଦୁଇ ନେତାଙ୍କ ବନ୍ଧୁତ୍ବ ଓ ପରସ୍ପର ସହ କଥାବାର୍ତ୍ତା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମୋଦୀ ଓ ପୁଟିନ୍ ଏସ୍ସିଓ ସମ୍ମିଳନୀସ୍ଥଳରୁ ନେଇ ହୋଟେଲ୍ ପର୍ଯ୍ୟନ୍ତ ସାଙ୍ଗ ହୋଇ ଯାତ୍ରା କରିଥିବାର ଦେଖିବାକୁ ମିଳିଛି।ଉଭୟ ମୋଦୀ ଓ ପୁଟିନ୍ ପରସ୍ପରକୁ ହସି ସ୍ୱାଗତ କରିଥିଲେ ଏବଂ ଏକାଠି ଆଗକୁ ବଢ଼ିଥିଲେ। ଏହି ସମୟରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାଖରେ ଠିଆ ହୋଇଥିବା ଦେଖାଯାଇଥିଲା। କିନ୍ତୁ କେହି ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ନଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |