ନୂଆଦିଲ୍ଲୀ,୨ା୯:ଆମ ଆଦମୀ ପାର୍ଟି (ଆପ୍) ବିଧାୟକ ହରମିତ୍ ପଠାଣମାଜରା ପୋଲିସ ହେପାଜତରୁ ଖସି ପଳାଇଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ଉପରେ ଗୁଳି ଚଳାଇ ହରମିତ୍ ଖସି ପଳାଇଛନ୍ତି।ଆପ୍ ବିଧାୟକଙ୍କୁ ହରିୟାଣାର କରନାଲ୍ ରୁ ଗିରଫ କରାଯାଇଥିଲା। ପୋଲିସ ହରମିତଙ୍କୁ ଥାନାକୁ ନେଉଥିବା ସମୟରେ ସେ ଏବଂ ତାଙ୍କ ସହଯୋଗୀମାନେ ଗୁଳି ଚଳାଇଥିଲେ। ଏହି ଘଟଣାରେ ଜଣେ ପୋଲିସ ଆହତ ହୋଇଛନ୍ତି।ପଞ୍ଜାବ ପୁଲିସ ସନୌର ଆସନରୁ ଆମ୍ ଆଦମୀ ପାର୍ଟିର ବିଧାୟକ ହରମୀତ ସିଂହ ଢିଲ୍ଲୋନ୍ ପୁଲିସ ହେପାଜତରୁ ଫେରାର ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଧାୟକ ହରମୀତ ସିଂହ ଢିଲ୍ଲୋନଙ୍କୁ ଗିରଫ କରାଯିବା ପରେ ସ୍ଥାନୀୟ ଥାନାକୁ ନିଆଯାଉଥିବା ସମୟରେ ପୁଲିସ ହେପାଜତରୁ ଫେରାର ହୋଇଛନ୍ତି।ପଞ୍ଜାବ ପୁଲିସର ସୂଚନା ଅନୁଯାୟୀ, ଆପ୍ ବିଧାୟକ ହରମୀତ ସିଂହ ଢିଲ୍ଲୋନ୍ ଓ ତାଙ୍କ ସହଯୋଗୀମାନେ ଫେରାର ହେବା ସମୟରେ ଗୁଳିଚାଳନା କରିଥିଲେ ଏବଂ ଜଣେ ପୁଲିସକର୍ମୀଙ୍କୁ ଗାଡ଼ିରେ ଚଢାଇ ଆହତ କରିଛନ୍ତି। ଏହି ଘଟଣାରେ ଜଣେ ପୁଲିସକର୍ମୀ ଆହତ ହୋଇଛନ୍ତି। ପୁଲିସ ଏବେ ଫେରାର ହରମୀତ ସିଂହ ଢିଲ୍ଲୋନଙ୍କୁ ଖୋଜୁଛି।ବିଧାୟକ ହରମୀତ ପଠାନମାଜରା ଜଣେ ପୁଲିସକର୍ମୀଙ୍କ ଉପରେ ଗାଡ଼ି ଚଢାଇ ଫେରାର ହୋଇଯାଇଛନ୍ତି। ବିଧାୟକ ଓ ତାଙ୍କ ସାଙ୍ଗମାନେ ଗୋଟିଏ ସ୍କର୍ପିଓ ଓ ଗୋଟିଏ ଫର୍ଚୁନର ଗାଡ଼ିରେ ଫେରାର ହୋଇଛନ୍ତି। ପୁଲିସ ଫର୍ଚୁନର ଗାଡ଼ିକୁ ଜବତ କରିଛି। କିନ୍ତୁ ବିଧାୟକ ସ୍କର୍ପିଓରେ ଫେରାର ହୋଇଛନ୍ତି। ପୁଲିସ ଟିମ୍ ବିଧାୟକଙ୍କୁ ଖୋଜୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |