ନୂଆଦିଲ୍ଲୀ,,୨ା୯:ଆଜି ନୂଆଦିଲ୍ଲୀର ଯଶୋଭୂମିରେ ‘ସେମିକନ୍ ଇଣ୍ଡିଆ-୨୦୨୫’ର ଉଦଘାଟନ କରିବେ ପିଏମ ମୋଦି… ଭାରତରେ ଉନ୍ନତ ଏବଂ ସ୍ଥାୟୀ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ମିଳିବ ପ୍ରେତ୍ସାହନ |ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶୋଭୂମିରେ ‘ସେମିକନ ଇଣ୍ଡିଆ – ୨୦୨୫’ର ଉଦଘାଟନ କରିବେ। ଯାହା ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି। ଏହାପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରି ସିଇଓ ରାଉଣ୍ଡଟେବୁଲରେ ଅଂଶଗ୍ରହଣ କରିବେ।ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ସେମିକନ୍ ଇଣ୍ଡିଆ-2025। ସମ୍ମିଳନୀରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତର ପ୍ରଥମ ସ୍ୱଦେଶୀ 32-ବିଟ୍ ମାଇକ୍ରୋପ୍ରୋସେସର ବିକ୍ରମକୁ ଦେଇଛନ୍ତି। ଏହି ପ୍ରୋସେସରଟି ISROର ସେମିକଣ୍ଡକ୍ଟର ଲାବୋରେଟୋରୀ ଦ୍ୱାରା ତିଆରି କରାଯାଇଛି। ମହାକାଶ ପ୍ରକ୍ଷେପଣ ଯାନର କଷ୍ଟକର ପରିସ୍ଥିତିରେ ବ୍ୟବହାର ପାଇଁ ଏହାକୁ ବେଶ୍ ପ୍ରଭାବୀ ପ୍ରମାଣିତ କରାଯାଇଛି।ଏହା ଭାରତର ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ ୩୨-ବିଟ୍ ପ୍ରୋସେସର। ଏହାକୁ ଦେଶରେ ସମ୍ପୂର୍ଣ୍ଣ ଭାବରେ ଡିଜାଇନ୍ ଏବଂ ବିକଶିତ କରାଯାଇଛି। “ଚିପ୍ସ ଟୁ ଷ୍ଟାର୍ଟଅପ୍” କାର୍ଯ୍ୟକ୍ରମ ଅଧୀନରେ ଛାତ୍ରମାନଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ୨୮ଟି ଅନ୍ୟ ଚିପ୍ସ ମଧ୍ୟ ମୋହାଲିର ସେମିକଣ୍ଡକ୍ଟର ହବ୍ରେ ପ୍ରସ୍ତୁତ ଏବଂ ପ୍ୟାକେଜ କରାଯାଇଥିଲା।ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିଗଦର୍ଶନରେ ସେମିକଣ୍ଡକ୍ଟର ମିଶନ ଆରମ୍ଭ କରିଥିଲା ଭାରତ। ଏବଂ ମାତ୍ର ସାଢ଼େ ୩ ବର୍ଷ ମଧ୍ୟରେ, ଭାରତ ବିଶ୍ୱର ବିଶ୍ୱସନୀୟ ଦେଶ ତାଲିକାରେ ଆସିଛି। ବର୍ତ୍ତମାନ ପାଞ୍ଚଟି ସେମିକଣ୍ଡକ୍ଟର ୟୁନିଟ୍ ନିର୍ମାଣ ଦ୍ରୁତ ଗତିରେ ଚାଲିଛି ଏବଂ ପ୍ରଥମ ଥର ପାଇଁ ଭାରତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହାର “ମେଡ୍-ଇନ୍-ଇଣ୍ଡିଆ ଚିପ୍” ପ୍ରଦାନ କରିଛି। ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକୁ ଆହ୍ୱାନ କରି ସେ କହିଛନ୍ତି ଯେ ଆଜି ସମଗ୍ର ବିଶ୍ୱ ନୀତି ଏବଂ ଆର୍ଥିକ ଅସ୍ଥିରତା ଦେଇ ଗତି କରୁଛି, କିନ୍ତୁ ଏପରି ସମୟରେ ଭାରତ ସ୍ଥିରତା ଏବଂ ଅଭିବୃଦ୍ଧିର ପ୍ରତୀକ ଭାବରେ ଉଭା ହେଉଛି। ସେ କହିଛନ୍ତି- “ଯଦି ଆପଣ ସ୍ଥିର ଏବଂ ନିର୍ଭରଯୋଗ୍ୟ ନୀତି ସହିତ ଏକ ଦେଶରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଭାରତ ଆସନ୍ତୁ।”ଏହି ତିନି ଦିନିଆ ସମ୍ମିଳନୀ ନୂଆଦିଲ୍ଲୀରେ ଆୟୋଜିତ ହେଉଛି, ଯାହା ଗୁରୁବାର ପର୍ଯ୍ୟନ୍ତ ଚାଲିବ। ଏଥିରେ ସାରା ବିଶ୍ୱର ସିଇଓ, ବିଶେଷଜ୍ଞ ଏବଂ ନିବେଶକମାନେ ଅଂଶଗ୍ରହଣ କରୁଛନ୍ତି। ଏହି ବର୍ଷ, ପ୍ରାୟ ୨୦ ହଜାରରୁ ଅଧିକ ଅଂଶଗ୍ରହଣକାରୀ, ୨୫୦୦ରୁ ଅଧିକ ବିଦେଶୀ ପ୍ରତିନିଧି, ୧୫୦ ବକ୍ତା ଏବଂ ୩୫୦ ରୁ ଅଧିକ ପ୍ରଦର୍ଶକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |