ହାଇଦ୍ରାବାଦ୍,୩।୯: ତେଲଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (BRS) ନେତା କେ. କବିତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।ତେଲେଙ୍ଗାନାର ବିଧାୟିକା କେ କବିତାଙ୍କୁ ଦଳରୁ ନିଲମ୍ବିତ କରାଯିବାର ଗୋଟିଏ ଦିନ ପରେ ବୁଧବାର ସେ ଭାରତ ରାଷ୍ଟ୍ର ସମିତି (BRS)ରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି। ସେ ତାଙ୍କ ଭାଇ କେଟି ରାମା ରାଓଙ୍କୁ ସମ୍ପର୍କୀୟ ଭାଇ ଟି ହରିଶ ରାଓ ଏବଂ ଜେ ସନ୍ତୋଷ ରାଓଙ୍କ ବିରୁଦ୍ଧରେ ଚେତାବନୀ ମଧ୍ୟ ଦେଇଛନ୍ତି।ଶୃଙ୍ଖଳାଗତ କାରଣରୁ ଏବଂ “ଦଳ ବିରୋଧୀ” କାର୍ଯ୍ୟକଳାପ ପାଇଁ ମଙ୍ଗଳବାର ଦିନ କେ କବିତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଭାରତ ରାଷ୍ଟ୍ର ସମିତି ବା ବିଆରଏସରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। କବିତାଙ୍କୁ ନିଲମ୍ବିତ କରିବାର ନିଷ୍ପତ୍ତି ତାଙ୍କ ପିତା କେ. ଚନ୍ଦ୍ରଶେଖର ରାଓ (KCR) ନେଇଛନ୍ତି। ଦଳରୁ ନିଲମ୍ବିତ ହେବାର ଗୋଟିଏ ଦିନ ପରେ କବିତା ମଧ୍ୟ MLC ପଦରୁ ଇସ୍ତଫା ଦେଇଛନ୍ତି। କବିତା କହିଛନ୍ତି, ତିହାର ଜେଲରୁ ମୁକ୍ତ ହେବା ପରେ ମୁଁ ବିଭିନ୍ନ ପ୍ରସଙ୍ଗରେ ଲଢ଼ୁଛି। ବିରୋଧୀମାନେ ଚାହାଁନ୍ତି ଯେ ଆମେ ଏକ ନ ରହୁ।ନିଲମ୍ବିତ BRS ନେତା କବିତା ତାଙ୍କ ବାପାଙ୍କୁ ତାଙ୍କ ଚାରିପାଖରେ କ’ଣ ଘଟୁଛି ତାହା ଉପରେ ନଜର ରଖିବାକୁ ଅନୁରୋଧ କରିଥିଲେ। ସେ ତାଙ୍କ ଭାଇ ରାମା ରାଓଙ୍କୁ କହିଥିଲେ, ତାଙ୍କ ସମ୍ପର୍କୀୟ ଭାଇ ହରିଶ ରାଓ ଏବଂ ସନ୍ତୋଷ ତାଙ୍କର ଶୁଭେଚ୍ଛୁ ନୁହଁନ୍ତି, ସେମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ହରିଶ ଏବଂ ଅନ୍ୟମାନେ କଂଗ୍ରେସ ଏବଂ ଭାଜପା ସହିତ ମିଶି କାମ କରୁଛନ୍ତି ଏବଂ BRSକୁ କ୍ଷତି ପହଞ୍ଚାଉଛନ୍ତି।ଦଳରୁ ନିଲମ୍ବିତ ହେବା ଉପରେ କବିତା କହିଛନ୍ତି, ତିହାର ଜେଲରୁ ମୁକ୍ତ ହେବା ପରେ, ମୁଁ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲି। ମୁଁ ବୁଝିପାରୁନାହିଁ ଯେ ମୋ ଦ୍ୱାରା କରାଯାଇଥିବା କାମ କିପରି ଦଳ ବିରୋଧୀ ହୋଇଗଲା। ଦଳର କିଛି ଲୋକ ମୋ ଉପରେ ମନ୍ତବ୍ୟ ଦେଇଥିଲେ ଏବଂ ମୁଁ ସେମାନଙ୍କୁ ଉତ୍ତର ଦେଇଥିଲି। ମୁଁ ମୋ ଭାଇ କେଟିଆରଙ୍କ ସହ ମୋ ବିରୋରେ ଷଡ଼ଯନ୍ତ୍ର କରୁଥିବା ଲୋକଙ୍କ ବିଷୟରେ କଥା ହୋଇଥିଲି ଏବଂ ତାଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଥିଲି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |