ଚାରିଚକିଆ ଗାଡ଼ି ଥିଲେ ‘ସୁଭଦ୍ରା’ରୁ ବାଦ୍‌ ପଡ଼ିବେ

ଭୁବନେଶ୍ୱର, ୪।୯: ସୁଭଦ୍ରା ହିତାଧିକାରୀଙ୍କୁ ନେଇ ବଡ଼ ଖୋଳତାଡ଼। କଟିଥିବା ହିତାଧିକାରୀଙ୍କୁ ସାମିଲ ପାଇଁ ବଡ଼ ପଦକ୍ଷେପ। ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ରାଜ୍ୟ ସରକାର ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏବେ ଏହି ଯୋଜନା ମାଧ୍ୟମରେ କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀ ୩ଟି କିସ୍ତିରେ ୧୫ ହଜାର ଟଙ୍କା ଲେଖାଏଁ ପାଇ ସାରିଛନ୍ତି। ଅନେକ ଅଭିଯୋଗ ଆସିଛି ଯେ, ଚତୁରତାର ସହିତ ଅନେକ ମହିଳା ସୁଭଦ୍ରାରେ ସାମିଲ ହୋଇଛନ୍ତି। ଯୋଗ୍ୟଙ୍କୁ ସାମିଲ ଏବଂ ଅଯୋଗ୍ୟଙ୍କୁ ବାଦ୍‌ ଦେବାକୁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ଚିଠି ଲେଖାଯାଇଛି। ଚାରି ଚକିଆ ଥିବା ହିତାଧିକାରୀଙ୍କ ତଥ୍ୟ ପାଇଁ ପରିବହନ ବିଭାଗକୁ ଚିଠି। ଖାଦ୍ୟ ଯୋଗାଣ ବିଭାଗକୁ ମୃତ ହିତାଧିକାରୀଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜୀକରଣ କରି ଧାନ ବିକିଥିବା ମହିଳାଙ୍କ ତଥ୍ୟକୁ ଆଉ ଥରେ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!