ଭୁବନେଶ୍ୱର ,୦୬/୦୯: ରବିରାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଏହାରି ଭିତରେ କାଲି ଆକାଶରେ ଦେଖାଯିବ ଆଲୌକିକ ଦୃଶ୍ୟ । ୮୨ ମିନିଟ ପର୍ଯ୍ୟନ୍ତ ଧରି ଜହ୍ନ ଲାଲ ରଙ୍ଗର ହୋଇଯିବ । ସେହି ସମୟରେ, ଶନି ଗ୍ରହ ମଧ୍ୟ ପୂର୍ଣ୍ଣ ଦୃଶ୍ୟମାନ ହେବ । ବରିଷ୍ଠ ବୈଜ୍ଞାନିକ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ରବିବାର ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରହିଛି । ଏହି ଦିନ ଚନ୍ଦ୍ର ପୃଥିବୀର ଭିତର ଛାୟାରେ ପ୍ରବେଶ କରିବ ।ଏହି ଦୁଇଟି ଯାକ ଚନ୍ଦ୍ରଗ୍ରହଣ ବଡ଼ ବଡ଼ ପର୍ବ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବତନ୍ତ୍ର ତିଥିରେ ପଡୁଛି। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଜ୍ୟୋତିଷ ରାଜପଣ୍ଡିତ ଶିବନାରାୟଣ ମହାପାତ୍ର ଗଣନା କରି କହିଛନ୍ତି ଯେ ୬ ମାସ ବ୍ୟବଧାନରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଥିବାରୁ ରାଜ୍ୟକୁ ଅଶୁଭ ବେଳା ରହିଛି ।ଯେମିତି ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିପାରେ ଓଡ଼ିଶା । ଭାଦ୍ରବ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତଥା ଭାଗବତ ଜନ୍ମରେ ପଡୁଛି ପ୍ରଥମ ଚନ୍ଦ୍ର ଗ୍ରହଣ। ତେବେ ଏହି ଚନ୍ଦ୍ର ଗ୍ରହଣ ଏହା ରାତି 9:58 ରେ ଆରମ୍ଭ ହେବ ଏବଂ 8 ସେପ୍ଟେମ୍ବର ରାତି 1:26 ରେ ଶେଷ ହେବ। ପ୍ରାୟ 3 ଘଣ୍ଟା 28 ମିନିଟ୍ ପର୍ଯ୍ୟନ୍ତ ଚାଲିବ । ଏହି ଗ୍ରହଣ ସାରା ଭାରତରେ ଦୃଶ୍ୟମାନ ହେବ। ତେବେ ଚନ୍ଦ୍ର ଗ୍ରହଣ ପୁରୀରେ ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ରାତି ୧ଟା ୨୭ ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ସାଢେ ତିନିଘଣ୍ଟା ଧରି ଏହା ଅନୁଷ୍ଠିତ ହେବ। ତେବେ ଚନ୍ଦ୍ରଗ୍ରହଣରେ ସୂତକ କାଳ ଲାଗିବ କି ନାହିଁ ତାହାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି । ଜାଣନ୍ତୁ ସୂତକ କାଳ ଲାଗିବ କି ନାହିଁ ।ଚନ୍ଦ୍ରଗ୍ରହଣର ସୂତକ ସେପ୍ଟେମ୍ବର ୭ ତାରିଖ ଦିନ ୧୨ଟା ୧୯ ମିନିଟ ଠାରୁ ଲାଗୁ ହେବ । ଆଉ ୮ ତାରିଖ ରାତି ୧ଟା ୨୬ ମିନିଟରେ ସମାପ୍ତ ହେବ । ଛୋଟ ଶିଶୁ, ବୟସ୍କ ବ୍ୟକ୍ତି ଏବଂ ଅସୁସ୍ଥ ଲୋକଙ୍କ ପାଇଁ ସୂତକ କାଳ ସନ୍ଧ୍ୟା ୬ଟା ୩୬ ମିନିଟ୍ରୁ ଆାରମ୍ଭ ହୋଇ ଗ୍ରହଣ ଛାଡିବା ପର୍ଯ୍ୟନ୍ତ ଲାଗୁ ହେବ ।ତେବେ ଚନ୍ଦ୍ରଗ୍ରହଣକୁ ନେଇ ପୁରୀ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ନିର୍ଘଣ୍ଟ ଅନୁଯାୟୀ ଦିନ ୧୨ଟା ୫୭ ମିନିଟ୍ ଠାରୁ ପାକ ତ୍ୟାଗ ବା ହାଣ୍ଡି ଛାଡ କରାଯିବ । ଏହା ସହିତ ଏହି ସମୟ ପରଠାରୁ ଦେବ ନୀତି ବି ନିଷେଧ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |