କାଲି ଉପରାଷ୍ଟ୍ରପତି ନିର୍ବାଚନ: ଭୋଟିଂରେ ଭାଗ ନେବନି ବିଜେଡି

ଭୁବନେଶ୍ୱର,୮।୯: ଜଗଦୀପ ଧନଖଡ଼ଙ୍କ  ଇସ୍ତଫା ପରେ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବ, ଏହା ଉପରେ ସମସ୍ତଙ୍କ ନଜର। ତେବେ କମିଶନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ପ୍ରକାଶ କରିସାରିଛନ୍ତି।ସେପ୍ଟେମ୍ବର ୯ ତାରିଖ ଅର୍ଥାତ ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ହେବ। କିନ୍ତୁ ଏହାରି ମଧ୍ୟରେ ଖବର ଆସିଛି ଯେ, ଏହି ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନେବନି। ଅନୁପସ୍ଥିତ ରହିବା ନେଇ ବିଶେଷ ସୂତ୍ରରୁ ସୂଚନା ପ୍ରକାଶ ପାଇଛି।ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ମତଦାନରୁ ବିରତ ରହିବ। ଆଜି ଏନେଇ ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟଠାରୁ ସମଦୂରତା ବଜାୟ ରଖିଛି।ଓଡ଼ିଶାରେ ଲୋକସଭାର ୨୦ ସାଂସଦ ବିଜେପିର। ତେଣୁ ଓଡ଼ିଶାରୁ ଏନ୍‌ଡିଏ ପ୍ରାର୍ଥୀ ଭୋଟ୍‌ ପାଇବାରେ ଅସୁବିଧା ନାହିଁ। ତେବେ ରାଜ୍ୟସଭାରେ ଏବେ ବି ବିଜେଡିର ସଂଖ୍ୟା ଅଧିକ। ବିଜେଡିର ୭ ଓ ବିଜେପିର ୩ ସଦସ୍ୟ ଅଛନ୍ତି। ଏନ୍‌ଡିଏ ପ୍ରାର୍ଥୀଙ୍କୁ ଜିତିବା ପାଇଁ ବିଜେଡିର ସମର୍ଥନ ସେତେଟା ଗୁରୁତ୍ବ ରଖୁନି। ତା’ ସତ୍ତ୍ବେ ଏନ୍‌ଡିଏ ପକ୍ଷରୁ ବିଜେଡିର ସମର୍ଥନ ଲୋଡ଼ାଯାଇଛି। ଅଧିକ ସଂଖ୍ୟାରେ ଭୋଟ୍‌ରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପି ରାଷ୍ଟ୍ରୀୟ ନେତୃତ୍ବ ଲାଗି ପଡ଼ିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!