ଭୁବନେଶ୍ୱର,୧୦।୯ : ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ, ମାଡି ବସିଲା ପୋଲିସ । କଟକ ଗୁରୁଡ଼ିଝାଟିଆ ଥାନା କୁ୍ସ୍ପଙ୍ଗୀ ନିକଟରେ ଚାଲିଥିଲା ଅପମିଶ୍ରଣ । ଲୁଣ, ପାଉଡର୍ ଓ କେମିକାଲ ମିଶାଇ ପ୍ରସ୍ତୁତ ହେଉଥିଲା ବିଷାକ୍ତ କ୍ଷୀର । ଦୀର୍ଘ ଦିନ ଧରି ଏଭଳି ଅପମିଶ୍ରଣ ଚାଲିଥିବା ନେଇ ନଜର ରଖିଥିଲା ପୋଲିସ। ମେସିନ୍ ଦ୍ବାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ, ପାଉଡର୍ ଓ ଏକ କେମିକାଲ ମିଶାଇ ବଜାରକୁ ଛଡ଼ାଯାଉଥିଲା । ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନୀକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି |ଗୁରୁଡିଝାଟିଆ ଥାନା କୁଷ୍ପଙ୍ଗୀ ନିକଟରେ କ୍ଷୀର ଅପମିଶ୍ରଣର ଏକ ଘଟଣା ବୁଧବାର ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ଦେଇଛନ୍ତି ଓଡିଶା ଦୁଗ୍ଧ ଚାଷୀ ମହାସଂଘ ରାଜ୍ୟ ଅଧ୍ୟକ୍ଷ ରବି ବେହେରା। ଅଧ୍ୟକ୍ଷ ରବି ବେହେରା କହିଛନ୍ତି, ପାର୍ବଣ ଋତୁକୁ ଆଖି ଆଗରେ ରଖି ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଅପମିଶ୍ରଣ ରୋକିବା ପାଇଁ ଦୃଢ ପଦକ୍ଷେପ ନିଆଯାଉ। ବିଭିନ୍ନ ମ୍ୟୁନିସିପାଲଟି ଓ କର୍ପୋରେସନ, ପୁଲିସ ଓ ଖାଦ୍ୟ ସୁରକ୍ଷା ଅଧିକାରୀ, ମିଷ୍ଟାନ୍ନ ଭଣ୍ଡାର ମାଲିକ ଓ ଦୁଗ୍ଧ ଚାଷୀମାନଙ୍କର ମିଳିତ ବୈଠକ କରାଯାଇ ଏ ଦିଗରେ ପଦକ୍ଷେପ ନିଆଯାଉ।ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ମେସିନ୍ ଦ୍ଵାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ , ପାଉଡର୍ ଓ ଏକ କେମିକାଲ ଅପ ମିଶ୍ରିତ କରି ଦିଆ ଯାଉଥିଲା । । ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନୀକୁ ଯାଉଥିବା ପ୍ରାଥମିକ ତଦନ୍ତ ରୁ ସୂଚନା ମିଳିଛି । ପୋଲିସ ର ତଦନ୍ତ ପରେ ଖୋଲିବ କ୍ଷୀର ଅପମିଶ୍ରଣର ରହସ୍ୟ।ପାର୍ବଣ ଋତୁକୁ ଆଖି ଆଗରେ ରଖି ଅସାଧୁ ବେପାରୀମାନେ ଦୁଗ୍ଧ, ଛେନା, ପନିର, ଘିଅ ଓ ଖୁଆ ଆଦି ଅପମିଶ୍ରଣ କରି ବଜାରକୁ ଛାଡିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ଏହି ଅପମିଶ୍ରଣକାରୀ ମାନଙ୍କୁ ଦୃଢ଼ ହସ୍ତରେ ଦମନ କରିବାକୁ ଓଡିଶା ଦୁଗ୍ଧ ଚାଷୀ ମହାସଂଘ ରାଜ୍ୟ ଅଧ୍ୟକ୍ଷ ରବି ବେହେରା ଦାବି କରିଛନ୍ତି। କଟକ ଜିଲ୍ଲା ଗୁରୁଡିଝାଟିଆ ଠାରେ କ୍ଷୀର ଅପମିଶ୍ରଣରେ ସମ୍ପୃକ୍ତ ଟ୍ୟାଙ୍କର ଡ୍ରାଇଭର ଓ ଅନ୍ୟ ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯାଉ, ଯେଉଁ କମ୍ପାନୀକୁ ଟ୍ୟାଙ୍କରରେ ସମ୍ବଲପୁରରୁ କ୍ଷୀର ଆସୁଥିଲା ସେ କମ୍ପାନୀର ଲାଇସେନ୍ସ ବାତିଲ କରିବାକୁ ଓଡିଶା ଦୁଗ୍ଧ ଚାଷୀ ମହାସଂଘ ଦାବି କରୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |