ରାଜ୍ୟ କ୍ୟାବିନେଟ୍‌ରେ ୫ପ୍ରସ୍ତାବରେ ଲାଗିଲା ମୋହର

ଭୁବନେଶ୍ୱର,୧୧ା୯:ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହୋଇଥିବା ୨୬ତମ କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବ ଉପରେ ମୋହର ବାଜିଛି । ମୋଟର ଭେଇକିଲ୍ ଆକ୍ଟ ସଂଶୋଧନ ପ୍ରସ୍ତାବ ଉପରେ ମୋହର ବାଜିବା ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି ।ସରିଲା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ।କ୍ୟାବିନେଟ ବୈଠକରେ ମୋଟ ୫ ଟି ବିଭାଗର ୦୫ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲ।ଗୃହ ଓ ନଗର ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଗୋଟିଏ ଲେଖାଏଁ ଏହିପରି ମୋଟ ୫ ଟି ବିଭାଗର ୫ ଟି ପ୍ରସ୍ତାବ ଆଗତ ସହ ସମସ୍ତ ପ୍ରସ୍ତାବଗୁଡିକ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଛି ।ରାଜଧାନୀ ଭୁବନେଶ୍ୱରରେ ଗଢ଼ିଉଠିବ ଆଉ ଏକ ନୂଆ ସହର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଛିଦିନ ତଳୁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବୁଧବାର ରାଜ୍ୟ କ୍ୟାବିନେଟ୍‌ର ମୋହର ବାଜିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ କହିଛନ୍ତି, ଭୁବନେଶ୍ୱର ପାଇଁ ‘ନୂଆ ସହର ଉନ୍ନୟନ’(ନ୍ୟୁ ସିଟି) ଯୋଜନାକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଏହି ପ୍ରକଳ୍ପ ଗୋଠପାଟଣା, ମଳିପଡ଼ା ଓ ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିକୁ ନେଇ ହେବ। ଏହା ଏକ ବହୁ-ଅର୍ଥନୀତି ବୃଦ୍ଧି ଅଞ୍ଚଳ ରୂପେ ତିଆରିହେବ। ‘ନୂଆ ସହର’ରେ ସମସ୍ତ ଆୟ ଶ୍ରେଣୀ ପାଇଁ ସାମର୍ଥ୍ୟ ଓ ଆବଶ୍ୟକତା ଅନୁସାରେ ବିଭିନ୍ନ ପ୍ରକାରର ଘର ଉପଲବ୍ଧ ହେବ। ଏହି ସହର ଆଧୁନିକ ସୁବିଧା ସୁଯୋଗ ସହ ତିଆରିହେବ, ଯେପରିକି ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ ଓ ପ୍ରଦର୍ଶନୀ ପାଇଁ ସୁବିଧା, ନୂଆ ଆଇଡିଆ-ଆଧାରିତ କାର୍ଯ୍ୟକ୍ଷେତ୍ର ଓ ଡାଟା ପରିଚାଳନା କେନ୍ଦ୍ର। ଲୋକଙ୍କ ସାମାଜିକ ଆବଶ୍ୟକତା ପୂରଣ ପାଇଁ ସେଣ୍ଟ୍ରାଲ ଫରେଷ୍ଟ ପାର୍କ, ଗେଟ୍‌ୱେ ପ୍ଲାଜା ଓ ଅନେକ ଖୋଲା ସାର୍ବଜନୀନ ସ୍ଥାନ ତିଆରି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି ପ୍ରକଳ୍ପ ଜଳବାୟୁ ସହନଶୀଳତା ଆଧ୍ୟାରିତ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନୋଡାଲ ଏଜେନ୍ସି ଭାବେ ନିଯୁକ୍ତ ହୋଇଛି। ୨୦୨୫ ଜାନୁଆରୀ ୧୭ରେ ସିଙ୍ଗାପୁର ରାଷ୍ଟ୍ରପତି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଡିଏ ଓ ସିଙ୍ଗାପୁରର ସୁର୍ବାନା ଜୁରୋଙ୍ଗ ସଂସ୍ଥା (ଏସ୍‌ଜେଆଇ) ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ, ଏସ୍‌ଜେଆଇ ନୂଆ ସହର ବା ‘ନିୟୁ ସିଟି’ ପାଇଁ ମାଷ୍ଟର ପ୍ଲାନ୍‌ ତିଆରି ଓ ଭିତ୍ତିଭୂମି ବିକାଶ ଲାଗି ପରାମର୍ଶ ଦେବ। ପୂରା ପ୍ରକଳ୍ପ ଲାଗି ବିଡିଏ ଆଗାମୀ ୧୫ ବର୍ଷରେ ୮,୧୭୯ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ରଖିଛି, ଯେଉଁଥିରେ ସରକାରୀ ଓ ଘରୋଇ ଅର୍ଥ ମିଶିବ। ପ୍ରଥମ ୫ ବର୍ଷ(୨୦୨୫-୨୬ରୁ ୨୦୨୯-୩୦)ରେ ରାଜ୍ୟ ବଜେଟ୍‌ରୁ ୧,୩୪୨ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ରହିଛି, ଯେଉଁ ଅର୍ଥ ଜମିକିଣା ସହିତ ରାସ୍ତା ତିଆରି, ମୌଳିକ ସୁବିଧା, ସାର୍ବଜନୀନ ସୁବିଧା ଓ ପ୍ରଶାସନିକ ଖଚ୍ଚର୍ର୍ ପାଇଁ ବ୍ୟବହୃତ ହେବ ବୋଲି ମୁଖ୍ୟ ଶାସନ ସଚିବ ଆହୁଜା କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!