ଭୁବନେଶ୍ବର,୧୧।୯: ରାଜ୍ୟ ସରକାର ଲୋକମାନଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟାଭ୍ୟାସ ନେଇ ପରାମର୍ଶ ଦେବେ। ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ୭୪ ହଜାର ଅଙ୍ଗନବାଡ଼ି କେନ୍ଦ୍ର ଦ୍ବାରା ମହିଳାଙ୍କୁ ଓ ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟକର ଖଦ୍ୟାଭ୍ୟାସର ଟିପ୍ସ ଦିଆଯିବ।ଅଙ୍ଗନୱାଡ଼ି କର୍ମୀଙ୍କୁ ମିଳିବ ବଡ଼ ଦାୟିତ୍ୱ । ରାଜ୍ୟ ସରକାର ଏନେଇ ଘୋଷଣା ମଧ୍ଯ କରି ସାରିଛନ୍ତି । ଓଡ଼ିଶାରେ ‘ଇଟ୍ ରାଇଟ ଷ୍ଚେ ବ୍ରାଇଟ’ ଅଭିଯାନର ଆରମ୍ଭ ହୋଇ ସାରିଛି । ଏନେଇ ରାଜ୍ୟ ସରକାର ଲୋକମାନଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟାଭ୍ୟାସ ନେଇ ପରାମର୍ଶ ଦେବେ।ଏଥି ପାଇଁ ପ୍ରସ୍ତୁତି ମଧ୍ଯ ଆରମ୍ଭ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ୭୪ ହଜାର ଅଙ୍ଗନବାଡ଼ି କେନ୍ଦ୍ର ଦ୍ବାରା ମହିଳାଙ୍କୁ ଓ ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟକର ଖଦ୍ୟାଭ୍ୟାସର ଟିପ୍ସ ଦିଆଯିବ।
- ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳା ବିକାଶ ବିଭାଗ ସହ ୟୁନିସେଫର ମିଳିତ ସହଭାଗିତାରେ ଏହି ଅଭିଯାନ ଆରମ୍ଭ ହୋଇଛି। ଇଟ ରାଇଟ ଷ୍ଟେ ବ୍ରାଇଟ୍ ହେଲ୍ଦି ଡାଏଟ କ୍ୟାମ୍ପେନ ଆଜି ଓଡ଼ିଶାରେ ଆରମ୍ଭ ହୋଇଛି। ସେପ୍ଟେମ୍ବର ମାସ ପୋଷଣର ମାସ। ରାଜ୍ୟରେ ସେପ୍ଟେମ୍ବରରୁ ଅକ୍ଟୋବର ମାସ ପର୍ୟ୍ୟନ୍ତ ପ୍ରତ୍ୟେକ ବର୍ଷ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ୱାସ୍ଥ୍ୟକର ଖାଦ୍ୟର କ୍ୟାମ୍ପେନ୍ ଆରମ୍ଭ ହୋଇଛି।
- ଶ୍ରୀମତୀ ପରିଡ଼ା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ ଅନୁସାରେ ଓବେଶିଟି ଏକ ବଡ଼ ସମସ୍ୟା ବର୍ତ୍ତମାନ ସମୟରେ। ତେଲ ଭାଜି ଠାରୁ ଦୂରରେ ରହି ନିଜ ଖଦ୍ୟଭ୍ୟାସରେ ବ୍ୟାୟାମ ଓ ଯୋଗକୁ ଯୋଡ଼ିବା। ସମସ୍ତେ ଫିଟ୍ ରହିବାକୁ ସ୍ୱଦେଶୀ ଖାଦ୍ୟ ଗ୍ରହଣ କରିବା। ଶୋଷ ହେଲେ କୋଲ୍ଡଡ୍ରିଙ୍କ ନୁହେଁ ବରଂ ପାଣି ପିଇବା। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସହ ୟୁନିସେଫ ର ମିଳିତ ଆନୁକୁଲ୍ୟରେ ଏହାର ଆୟୋଜନ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |