କଟକ,୧୬।୯: ଓଲିଉଡ ଆଗଧାଡିର ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଙ୍ଗଳବାର ଅସୁସ୍ଥ ହୋଇପଡିଛନ୍ତି। ସେ କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଫୁସ୍ଫୁସ୍ ସଂକ୍ରମଣଜନିତ ସମସ୍ୟା ଦେଖାଦେଇଛି। ଦୀର୍ଘ ଦିନ ହେବ ସେ ଥଣ୍ଡା ଏବଂ ଜ୍ବରରେ ପୀଡିତ ଅଛନ୍ତି। ଆଜି ଅଧିକ ଅସୁସ୍ଥ ହେବାରୁ ତାଙ୍କୁ କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ୍ ବୁଦ୍ଧଦିତ୍ୟଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ତେବେ ବୁଦ୍ଧାଦିତ୍ୟଙ୍କ ଅସୁସ୍ଥତା ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।ବୁଦ୍ଧାଦିତ୍ୟ ମହାନ୍ତି କେବଳ ଓଲିଉଡ୍ ନୁହେଁ ବଲିଉଡ୍ ରେ ମଧ୍ୟ ବହୁ ହିନ୍ଦୀ ସିରିଅଲ୍ ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି। ସେ ପ୍ରଥମେ ଏକ ହିନ୍ଦୀ ସିରିୟଲରେ ଅଭିନୟ କରିଥିଲେ । ଏହାପରେ ଓଡିଆ ସୋ ‘ସାଧବ ବୋହୂ’ ଜରିଆରେ ଘରେ ଘରେ ପରିଚିତ ହୋଇପାରିଥିଲେ। ‘ନନ୍ଦିନୀ ଆଇ ଲଭ୍ ୟୁ’, ‘ପ୍ରେମ ରୋଗୀ’, ‘ପାଗଳ କରିଛି ପାଉଁଜି ତୋର’ ପରି ଅନେକ ଓଡିଶା ଚଳିଚିତ୍ର ସେ ନିଜ କଳାର ଜାଦୁ ଦେଖାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |