ଦୁଇ ବ୍ଲକ ଦେଇ ଯିବ ନୂତନ ରେଳଲାଇନ୍‌

ଭୁବନେଶ୍ୱର,୨୦।୯: ନିମାପଡ଼ା ଓ ଗୋପ ଦେଇ ଭୁବନେଶ୍ୱରରୁ ନୂତନ ରେଳଲାଇନ କୋଣାର୍କ ଯିବ । ଫାଇନାଲ ଲୋକେଶନ ସର୍ଭେ ପାଇଁ ଅନୁମୋଦନ ମିଳିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ମୋ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ଓ ଗୋପବାସୀଙ୍କ ଏହା ପାଇଁ ଆଶୀର୍ବାଦ। ନୂଆ ରେଳଲାଇନ ସ୍ଥାନୀୟ ଅର୍ଥନୀତି, କୃଷି ଆଦି କ୍ଷେତ୍ର ପାଇଁ ସହାୟକ ହେବ। ସ୍ଥାନୀୟ ଗମନାଗମନ ଓ ପର୍ଯ୍ୟଟନ ପାଇଁ ଏହି ପ୍ରକଳ୍ପ ବେଶ ଲାଭଜନକ ହେବ। ଦୂରଦୃଷ୍ଟି ସମ୍ପନ୍ନ ପ୍ରକଳ୍ପ ପାଇଁ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!