ଆଜିଠୁ ଲାଗୁ ହେଲା ନୂଆ ଜିଏସଟି

ନୂଆଦିଲ୍ଲୀ,୨୨।୯: ଆଜିଠୁ ସାରା ଦେଶରେ ନୂତନ ଜିଏସଟି ହାର ଲାଗୁ ହୋଇଛି। ଜିଏସ୍‌ଟି ୨.୦ ଲାଗୁ ହେବା ପରେ ଏବେ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହୋଇଛି। ପୂର୍ବରୁ ଥିବା ଚାରୋଟି ଟିକସ ସ୍ଲାବ୍‌ରୁ ଦୁଇଟି(୧୨% ଏବଂ ୨୮% ସ୍ଲାବ୍)କୁ ହଟାଇ ଦିଆଯାଇଛି। ଏବେ ମୁଖ୍ୟତଃ ୫% ଏବଂ ୧୮% ସ୍ଲାବ୍ ୯୯% ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ଲାଗୁ ହେବ। ଆସନ୍ତୁ ଜାଣିବା ଏହି ନୂଆ ଜିଏସ୍‌ଟି ଲାଗୁ ହେବା ପରେ କେଉଁ ସବୁ ଜିନିଷ ଶସ୍ତା ହୋଇଛି।ତମାଖୁ ଓ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦ ପ୍ରତିଶତ ଟିକସ ଲାଗୁ ହୋଇଛି। ଜୀବନ ବୀମା ଓ ସ୍ବାସ୍ଥ୍ୟବୀମାରୁ ଛାଡ଼ ହୋଇଛି ଜିଏସଟି। ଜୀବନ ବୀମା, ସ୍ବାସ୍ଥ୍ୟବୀମା, ଛେନା, ପନୀର, ରୁଟି, ପିଜ୍ଜା ବ୍ରେଡ, ପାଉଡର କ୍ଷୀର, ପରଟା, ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ୍, ଖାତା ବହି, ରବର ଉପରେ କୌଣସି ଜିଏସ୍‌ଟି ଲାଗୁ ହେବ ନାହିଁ। ଅନେକ ଘରୋଇ ଉତ୍ପାଦ, ଯାହା ଉପରେ ୧୨% ଟିକସ ଲାଗୁ ହେଉଥିଲା ସେଥିରେ ୫% ସ୍ଲାବ ଲାଗୁ ହେବ। ଏଥିରେ ରହିଛି କେଶ ତେଲ, ଟଏଲେଟ୍ ସାବୁନ୍, ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ, ରୋଷେଇ ଘରର ସାମଗ୍ରୀ, ନମକିନ, ଭୁଜିଆ, ସସ୍, ପାସ୍ତା, ଚକୋଲେଟ୍, ଏୟାର କଣ୍ଡିସନର, ରେଫ୍ରିଜରେଟର, ଡିସୱାସର, ଏଲଇଡି ଟିଭି, କଫି, ନୁଡଲ୍ସ, ଚକୋଲେଟ, କଫି, ଘିଅ, ଲହୁଣି, ସିଲେଇ ମେସିନ ଓ ପାର୍ଟସ, ନ୍ୟାପକିନ୍,କ୍ଲିନିକାଲ ଡାଇପର, ଛୋଟ ପିଲାଙ୍କୁ କ୍ଷୀର ଖୁଆଇବା ବୋତଲ, ଟ୍ରାକ୍ଟର, ଟ୍ରାକ୍ଟର ଟାୟାର ଓ ପାର୍ଟସ୍, ନିର୍ଦ୍ଦିଷ୍ଟ ଜୈବିକ ସାର, ଚାଷ କାମରେ ଲାଗୁଥିବା ମେସିନ, ଥର୍ମୋମିଟର, ମେଡିକାଲରେ ବ୍ୟବହୃତ ଅକ୍ସିଜେନ୍, ଡାଇଗ୍ନୋଷ୍ଟିକ କିଟ୍, ଗ୍ଲୋକୋମିଟର, ଜୀବନ ରକ୍ଷାକାରୀ ଔଷଧ।ଗତ ତିନି ତାରିଖରେ ଜିଏସଟି ପରିଷଦରେ ନିଆଯାଇଥିବା ଐତିହାସିକ ନିଷ୍ପତ୍ତି ଆଜିଠୁ ଲାଗୁ ହୋଇଛି । ନୂଆ ଜିଏସଟି ହାର ସାଧାରଣ ଗ୍ରାହକଙ୍କୁ ଅଧିକ ଲାଭ ଦେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!