ନୂଆଦିଲ୍ଲୀ, ୨୨ା୯: ଜୋତା ଷ୍ଟାଣ୍ଡରୁ ଦୁର୍ଗନ୍ଧ କମାଇବା ଗବେଷଣା ପାଇଁ ୨ ଭାରତୀୟ ଇଞ୍ଜିନିୟର ଆଇଜି ନୋବେଲ ପୁରସ୍କାର ଜିତିଛନ୍ତି। ଉତ୍ତରପ୍ରଦେଶର ଗ୍ରେଟର ନଏଡାସ୍ଥିତ ଶିବ ନାଦର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ବିକାଶ କୁମାର ଓ ତାଙ୍କ ଛାତ୍ର ତଥା ରିସର୍ଚ୍ଚର ସାର୍ଥକ ମିତ୍ତଲଙ୍କୁ ଏହି ସଫଳତା ମିଳିଛି। ଉଭୟେ ଅଲଟ୍ରା ଭାୟୋଲେଟ (ୟୁଭି) ଲ୍ୟାମ୍ପ୍ରେ ସୁସଜ୍ଜିତ ଏକ ଜୋତା ଷ୍ଟାଣ୍ଡ୍ ଡିଜାଇନ୍ କରିଥିଲେ, ଯାହା ଜୋତାକୁ ସଫା ରଖିବା ସହ ସେଥିରେ ଥିବା ଜୀବାଣୁକୁ ନିଷ୍କ୍ରିୟ କରିଥାଏ। ଏହାଦ୍ୱାରା ଜୋତା ଷ୍ଟାଣ୍ଡର ଦୁର୍ଗନ୍ଧ କମିଥାଏ ବୋଲି ଉଭୟ ନିଜ ଗବେଷଣାରେ ଉଲ୍ଲେଖ କରିଥିଲେ। ଜୋତା ଷ୍ଟାଣ୍ଡ୍ରୁ ଦୁର୍ଗନ୍ଧ ଆସିବାର ଜୀବାଣୁ ଏକ ପ୍ରମୁଖ କାରଣ ବୋଲି ଉଭୟ ବିକାଶ ଓ ସାର୍ଥକ ନିଜ ଗବେଷଣାରେ ଦର୍ଶାଇଛନ୍ତି। ସେମାନଙ୍କର ଏହି ଅଧ୍ୟୟନ ୨୦୨୨ରେ ପ୍ରକାଶିତ ହୋଇଥିଲା। ହଷ୍ଟେଲ ରୁମ୍ରେ ଥିବା ଦୁର୍ଗନ୍ଧଯୁକ୍ତ ଜୋତା ଷ୍ଟାଣ୍ଡ୍କୁ ଦେଖି ସାର୍ଥକ ଏହି ଗବେଷଣା କରିବାକୁ ଠିକ୍ କରିଥିଲେ, ଯେଉଁଥିରେ ତାଙ୍କୁ ତାଙ୍କ ପ୍ରଫେସର ବିକାଶ ସାହାଯ୍ୟ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |