ଜାତୀୟ ଚଳଚ୍ଚିତ୍ର ପୁରସ୍କାର: , ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

ନୂଆଦିଲ୍ଲୀ,୨୩।୯:ତରଙ୍ଗ ସିନେ ପ୍ରଡକ୍ସନର ‘ପୁଷ୍କରା’କୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ସମ୍ମାନ। ୭୧ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଅପରାହ୍ନ ୪ଟାରୁ ଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପାଇଁ ବଛାଯାଇଥିବା ବିଜେତାମାନଙ୍କୁ ସମ୍ମାନିତ କରିଛନ୍ତି। ଏହି ପୁରସ୍କାରଗୁଡ଼ିକ ୨୦୨୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରକୁ ନେଇ ପ୍ରଦାନ କରାଯାଇଛି। ବାଜିମାତ୍‌ କରିଥିବା ଓଡ଼ିଆ ସିନେମା ‘ପୁଷ୍କରା’ର ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାଶ ବିଜ୍ଞାନ ଭବନରେ ଉପସ୍ଥିତ ରହି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିବା ଜଣାପଡ଼ିଛି।  ‘ପୁଷ୍କରା’ ବ୍ୟତୀତ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ‘ସି ଆଣ୍ଡ ସେଭେନ୍ ଭିଲେଜେସ୍’ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ୨୦୨୩ ବର୍ଷ ପାଇଁ ‘ଅଣଫିଚର ଫିଲ୍ମ ବର୍ଗ’ରେ ପୁରସ୍କାର ହାସଲ କରିଛି। ହିମାଂଶୁ ଶେଖର ଖଟୁଆଙ୍କ ସ୍ଥାନରେ ଫିଲ୍ମର ପ୍ରଯୋଜିକ‌ା ଇତିରାଣୀ ସାମନ୍ତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିବା ଦେଖାଯାଇଛି।ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ବିକ୍ରାନ୍ତ ମାସେଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। ଯବାନ ଚଳଚ୍ଚିତ୍ର ପାଇଁ ଶାହରୁଖ ଏବଂ ଦ୍ଵାଦଶ ଫେଲ ଚଳଚ୍ଚିତ୍ର ପାଇଁ ବିକ୍ରାନ୍ତଙ୍କୁ ସମ୍ମାନିତ କରାଯାଇଛି। ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଣୀ ମୁଖାର୍ଜୀଙ୍କୁ ପୁରସ୍କୃତ କରାଯାଇଛି। ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି।ସେହିପରି ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ କଥଲ, ଶ୍ରେଷ୍ଠ ଗୁଜରାଟୀ ଚଳଚ୍ଚିତ୍ର- ଭାଷ୍‌, ଶ୍ରେଷ୍ଠ ବେଙ୍ଗଲୀ ଚଳଚ୍ଚିତ୍ର ଭାବେ ଡିପ୍‌ ଫ୍ରିଜକୁ ସମ୍ମାନିତ କରାଯାଇଛି। ‘ଦ କେରଳ ଷ୍ଟୋରୀ’ ଚଳଚ୍ଚିତ୍ରର ନିର୍ଦେଶକ ସୁଦୀପ୍ତୋ ସେନଙ୍କୁ ଶ୍ରେଷ୍ଠ ନିର୍ଦେଶକ ଭାବେ ପୁରସ୍କୃତ କରାଯାଇଛି। ‘ଦ୍ଵାଦଶ ଫେଲ’ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କୃତ ହୋଇଥିବାବେଳେ ‘ହନୁମାନ’ ଆନିମେସନ କ୍ଷେତ୍ରରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!