ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନ

ଭୁବନେଶ୍ୱର,୨୪।୯:ବିଧାନସଭା ମୌସୁମୀ ଅଧିବେଶନର ଆଜି ଷଷ୍ଠ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭରେ ଗୃହରେ କଂଗ୍ରେସ ବିଧାୟକମାନେ ନାରାବାଜି କରିଛନ୍ତି । ଅହେତୁକ ବୃଦ୍ଧି ପାଇଥିବା ନାରୀ ନିର୍ଯାତନା ଓ ଅପରାଧ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ। ଗୃହ ମଧ୍ୟ ଭାଗକୁ ଆସି କଂଗ୍ରେସର ହୋହାଲ୍ଲା। ହାତରେ ପ୍ଲାକାର୍ଡ଼ ଧରି ସ୍ଲୋଗାନ୍ ଦେଇଛନ୍ତି କଂଗ୍ରେସର ୧୪ ଜଣ ବିଧାୟକ ।ନାରୀ ସୁରକ୍ଷା ଆମର ଦାବି, ରାଜ୍ୟ ସରକାର ହାଏ ହାଏ ସ୍ଲୋଗାନ୍ ଦେଉଛନ୍ତି କଂଗ୍ରେସ ବିଧାୟକ । ଏହାରି ଭିତରେ ଜାରି ରହିଛି ପ୍ରଶ୍ନଉତ୍ତର କାଳ । ବିଜେଡି ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ।  ଆଜି ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତି କାରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମସ୍ୟ  ଓ ପ୍ରାଣୀ ସମ୍ପଦ, ଶକ୍ତି, ସମବାୟ, ବୟନ ଶିଳ୍ପ, ହସ୍ତତନ୍ତ୍ର ଓ ହସ୍ତ ଶିଳ୍ପ, ସୁକ୍ଷ୍ମ, ଖୁଦ୍ର ଓ ମାଧ୍ୟମ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ  ବିଭାଗର ପ୍ରଶ୍ନ ଉତ୍ତର ଆଲୋଚନା ରହିଛି । କିନ୍ତୁ ୫ ଦିନ ଧରି ସାର, ପଞ୍ଚାୟତ ରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ, ଏବଂ  ନାରୀ ସୁରକ୍ଷା ଏବଂ ଅନାସ୍ଥାକୁ ନେଇ ଗୃହରେ ବିରୋଧୀ ହଙ୍ଗାମା ଜାରି ରଖିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!