ସମ୍ବଲପୁର ,୨/୦୯: ହୀରାକୁଦ ଜଳଭଣ୍ଡାରରେ ଆଜି ସକାଳେ ୪ଟି ଗେଟ୍ ଖୋଲା କରାଯାଇଛି। ଉପରମୁଣ୍ଡରେ ଜଳପ୍ରବାହ ବଢ଼ିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଫଳରେ ଏବେ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଏଥିଭିତରୁ ବାମ ପଟେ ୮ଟି ଓ ଡାହାଣ ପଟେ ୪ଟି ଗେଟ୍ ଖୋଲାଯାଇଛି। ସମ୍ବଲପୁରରେ ପ୍ରବଳ ବର୍ଷା ଯୋଗୁ ବେହାଲ ଜନଜୀବନ । ତଳିଆ ଅଞ୍ଚଳରେ ପାଣି ଜମିଛି । ଘରେ ବାହାରେ ଆଣ୍ଠୁଏ ଆଣ୍ଠୁଏ ପାଣି । ସହରର ଜଗନ୍ନାଥ କଲୋନୀ ରାସ୍ତାରେ ପାଣି ଲହଡି ଭାଙ୍ଗୁଛି । ସାକ୍ଷୀପଡାରୁ ଜଗନ୍ନାଥ କଲୋନୀ ସଂଯୋଗ କରୁଥିବା ଅଣ୍ଡରପାସରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ବାଲ୍ଟି ଧରି ଲୋକେ ପାଣି କାଢିବାରେ ଲାଗିଛନ୍ତି । ଯଦି ବର୍ଷା ଲାଗିରହେ ତେବେ ଆଗକୁ ସ୍ଥିତି ସଂଗୀନ ହୋଇପାରେ ।ବର୍ଷାର ପରିମାଣ ବଢିବା ଦେଖି ହୀରାକୁଦ ଜଳଭଣ୍ଡାରରେ ଖୋଲିଛି ଆଉ ୪ ଗେଟ୍ । ୪ଟି ଗେଟ୍ ଖୋଲିବା ପରେ ଏବେ ମୋଟ୍ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଏବେ ବାମ ପାର୍ଶ୍ବର ୮ଟି ଓ ଡାହାଣ ପାର୍ଶ୍ବର ୪ଟି ଗେଟ୍ ଖୋଲା ରହିଛି | ଉପରମୁଣ୍ଡରେ ବର୍ଷା ପାଇଁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୫ ହଜାର ୪୨୬ କ୍ୟୁସେକ୍ଜଳ ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ ୧ଲକ୍ଷ ୬୭ ହଜାର ୩୦୭ କ୍ୟୁସେକ୍ ଜଳ ଛଡାଯାଉଛି । ହୀରାକୁଦକୁ ଜଳ ପ୍ରବେଶ ବଢୁଥିବାରୁ ଜଳସ୍ତର ୬୨୯.୯୭ ଫୁଟରେ ପହଞ୍ଚିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |