ଦୁର୍ଗାପୂଜା ପାଇଁ ସେପ୍ଟେମ୍ବର-୨୮ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଟ୍ରାଫିକ କଟକଣା

ଭୁବନେଶ୍ୱର,୨୬।୯: ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଟ୍ରାଫିକ୍‍ କଟକଣା ଜାରି ହୋଇଛି  ।କମିସନରେଟ ପୁଲିସ ଆସନ୍ତା ଦୁର୍ଗା ପୂଜା ପାଇଁ ଟ୍ରାଫିକ କଟକଣା ଜାରି କରିଛି। ସେପ୍ଟେମ୍ବର ୨୮ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ସହରରେ ଦୂର୍ଗା ପୂଜା ପାଳନ ପାଇଁ ଏହି କଟକଣା ଜାରି କରାଯାଇଛି।

ରାଜଧାନୀର ପ୍ରମୁଖ ରାସ୍ତାଗୁଡିକରେ ଭାରିଯାନ ଯିବା ଆସିବା ଲାଗି ବାରଣ କରାଯାଇଛି । ପୂଜାରେ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ଟ୍ରାଫିକ୍‍ କଟକଣା ଜାରି କରିଛି । ଅପରାହ୍ନ୨ଟାରୁ ରାତ୍ର ୨ଘଟିକା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯିବ ।ପୁରୀ ପଟୁ ବରମୁଣ୍ଡାକୁ ଆସୁଥିବା ବସ ଲିଙ୍ଗିପୁର ଛକରୁ ପାଣ୍ଡରା ଛକ, କେଶୁରା ଛକ ଓ ହାଇଟେକ୍‍ ଦେଇ ବରମୁଣ୍ଡା ବସଷ୍ଟାଣ୍ଡକୁ ଯାଇପାରିବେ । କୌଣସି ପ୍ରକାର ବସ୍‍ ସହର ମଧ୍ୟକୁ ଛଡାଯିବ ନାହିଁ । ପୁରୀ ପଟୁ କଟକକୁ ଯାଉଥିବା ବସ୍‍ ଲିଙ୍ଗିପୁର ଛକ ଦେଇ ବାଇପାସ୍‍ ରୋଡରେ ହାଇଟେକ ଛକଠାରେ ପହଞ୍ଚି ଜାତୀୟ ରାଜପଥ ଦେଇ ଯାଇପାରିବ । ସେହିପରି କଟକ ପଟୁ ଆସୁଥିବା ପୁରୀକୁ ବସଗୁଡିକ ହାଇଟେକରୁ  ଲିଙ୍ଗିପୁର ଦେଇ ଯାଇପାରିବ ।ମାଷ୍ଟରକ୍ୟାଣ୍ଟିନ୍‍ ବସଷ୍ଟାଣ୍ଡରୁ କୌଣସି ପ୍ରକାର ବସ୍‍ ବାଣୀବିହାର ଛକ କିମ୍ବା ରବି ଟକିଜ୍‍ ଛକ ଆଡକୁ ଯାଇପାରିବ ନାହିଁ । କଟକଣା ନଥିବା ସମୟରେ ରାମ ମନ୍ଦିର ଛକ ଦେଇ ହାଉସିଂହ ବୋଡ ଛକ ହୋଇ ଏବଂ ଆଚାର୍ଯ୍ୟ ବିହାର ଛକରେ ମିସିବେ । ଲିଙ୍ଗରାଜ ମନ୍ଦିର ରାସ୍ତାରୁ  କୌଣସି ବସ୍‍ କଳ୍ପନା ଛକ ଓ ଶିଶୁ ଭବନ ଛକ ଆଡକୁ ଯାଇପାରିବନି । ବସଗୁଡିକ ଗ୍ୟାରେଜ ଛକ, ସମାନ୍ତରାପୁର ଦେଇ ଲିଙ୍ଗିପୁର ଆଡକୁ ଯାଇପାରିବ । ପୂଜା ସମୟରେ ଭାରିଯାନ ଚଳାଚଳରେ କଟକଣା ଲଗାଯାଇଛି ।ରସୁଲଗଡ ଛକରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତାରେ କୌଣସି ଭାରିଯାନ ଯିବନାହିଁ । ବାଣୀବିହାର ଛକଠାରୁ ଶିଶୁ ଭବନ ଛକ ଯାଏଁ ଭାରିଯାନ ଯାତାୟତ ଉପରେ କଟକଣା ଲଗାଯାଇଛି । ଆଚାର୍ଯ୍ୟ ବିହାର ଛକଠାରୁ କଳିଙ୍ଗ ହସ୍ପିଟାଲ ଛକ ଯାଏଁ ମଧ୍ୟ ସମାନ କଟକଣା ରହିଛି । ଆଚାର୍ଯ୍ୟ ବିହାର ଛକରୁ ଏୟାରପୋର୍ଟ ଛକ ଭିତରେ ଭାରିଯାନ ଚଳାଚଳ ବନ୍ଦ ରହିବ ।ଜୟଦେବ ବିହାର ଛକଠାରୁ ନନ୍ଦନକାନନ ଛକ ପର୍ଯ୍ୟନ୍ତ ସମାନ କଟକଣା ଲାଗୁ ହୋଇଛି । ଜୟଦେବ ବିହାର ଛକଠାରୁ ରାଜଭବନ ଛକ ଭିତରେ ଭାରିଯାନ ବନ୍ଦ, ସେହିପରି ଫାୟାର ଟ୍ରେନିଂ ସ୍କୁଲ ଚକଠାରୁ ଶିଶୁଭବନ ଛକ ଯାଏଁ ଟ୍ରାଫିକ କଟକଣା ଲଗାଯାଇଛି । ଖଣ୍ଡଗିରି ଛକରୁ  ପୋଖରୀପୁଟ ଛକ ଯାଏଁ ଭାରିଯାନ ବନ୍ଦ ରହିବା ସହ ଜାତୀୟ ରାଜପଥ-୧୬, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଥିବା ସର୍ଭିସ୍‍ ରୋଡରେ ମଧ୍ୟ କଟକଣା ଲାଗୁ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!