ଏସିଆ କପ 2025: ଫାଇନାଲରେ ମୁହାଁ ମୁହିଁ ହେବେ ଭାରତ ଓ ପାକିସ୍ତାନ

ଦୁବାଇ,୨୬।୯: ଏସିଆ କପ୍‌ର ଫାଇନାଲ୍‌ରେ ପ୍ରଥମଥର ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ । ଏହି ମୁକାବିଲା ସେପ୍ଟେମ୍ବର ୨୮ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ । ଗୁରୁବାର ପାକିସ୍ତାନ-ବାଂଲାଦେଶ ମଧ୍ୟରେ ଖେଳା ଯାଇଥିବା ସୁପର୍-୪ ମ୍ୟାଚ୍‌କୁ ପାକିସ୍ତାନ ୧୧ ରନ୍‌ରେ ଜିତି ନେବା ସହ ଫାଇନାଲ୍‌ରେ ପହଞ୍ଚିଛି ।ଗୁରୁବାର ଦୁବାଇରେ ପାକିସ୍ତାନ-ବାଂଲାଦେଶ ମ୍ୟାଚ୍ ଖେଳା ଯାଇଥିଲା । ପାକିସ୍ତାନ ଦେଇଥିବା ୧୩୬ ରନ୍‌ର ଟାର୍ଗେଟ୍‌ର ପିଛା କରି ୨୦ ଓଭର୍‌ରେ ୯ ୱିକେଟ୍ ହରାଇ ବାଂଲାଦେଶ ୧୨୪ ରନ୍‌ରେ ଅଟକି ଥିଲା । ଫଳରେ ପାକିସ୍ତାନ ୧୧ ରନ୍‌ରେ ମ୍ୟାଚ୍ ଜିତିବା ସହ ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି ।ଫଳରେ ଆସନ୍ତା ୨୮ ତାରିଖରେ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ଟାଇଟଲ ମୁକାବିଲାରେ ପୁଣି ଥରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ୧୯୮୪ରୁ ଆରମ୍ଭ ହୋଇଥିବା ଏସିଆ କପ୍‌ ଟୁର୍ନାମେଣ୍ଟର ୪୧ ବର୍ଷର ଇତିହାସରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପ୍ରଥମ ଥର ପାଇଁ ଫାଇନାଲରେ ମୁହଁାମୁହିଁ ହେବେ। ଚଳିତ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ଭାରତ ସହଜରେ ବିଜୟ ଲାଭ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!