ଝାରସୁଗୁଡା, ୨୬/୦୯: ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ । ଜିଲ୍ଲାବାସୀଙ୍କୁ ଭେଟିଦେବେ ୧୭୦୦ କୋଟିର ପ୍ରକଳ୍ପ ।ଏଥିପାଇଁ ସରକାରୀ ସ୍ତରରେ ଜାରି ରହିଛି ଜୋରଦାର ପ୍ରସ୍ତୁତି। ଗତକାଲି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ା ଗ୍ରାଉଣ୍ଡଜିରୋକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ଅମିଲିପାଲି ପଡିଆରେ ଆୟୋଜିତ ସେବା ପର୍ବ ରେ ଯୁବ ସମାବେଶରେ ଯୋଗଦେବେ । ଏଥିପାଇଁ ଝାରସୁଗୁଡାରେ ଚାଲିଛି ଜୋରସୋରରେ ପ୍ରସ୍ତୁତି । ଆଜି ବିମାନବନ୍ଦରରୁ ସଭାସ୍ଥଳୀ ପର୍ଯ୍ୟନ୍ତ କାରକେଡ଼ ଅଭ୍ୟାସ ହେବା ସହ ଅପରାହ୍ନରେ ଝାରସୁଗୁଡା ସହରରେ ଏକ ବାଇକ ରାଲି ଅନୁଷ୍ଠିତ ହେବ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜସ୍ୱ ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ଖଣି ମନ୍ତ୍ରୀ, ପଂଚାୟତିରାଜ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ବିଜେପି ପ୍ରଭାରୀଙ୍କ ବିଜୟପାଳ ସିଂ ତୋମାର, ସମ୍ବଲପୁରୀ, ଝାରସୁଗୁଡା, ଭଟଲି ବିଧାୟକଙ୍କ ସହ ଝାରସୁଗୁଡାରେ ଏକ ପ୍ରସ୍ତୁତି ବୈଠକ କରିଛନ୍ତି । ଏହାସହ ଅମଲିପାଲି ପଡିଆରେ ସଭା ସ୍ଥଳୀର କାର୍ଯ୍ୟ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆଗାମନ ପାଇଁ ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ କଡାକଡ଼ି କରାଯାଇଛି । ୮୦ ପ୍ଲାଟୁନ ଫୋର୍ସ ବିମାନ ବନ୍ଦରରୁ ଅମଲିପାଲି ପଡିଆ ପର୍ଯ୍ୟନ୍ତ ମୁତୟନ ରହିବେ । ୨୦୦ ରୁ ଉର୍ଦ୍ଧ ପୋଲିସ ଅଧିକାରୀ, ଡିଏସପି ରେଙ୍କ ଅଧିକାରୀ ୩୦ ଜଣ, ୫ ଜଣ ଏସପି ସୁରକ୍ଷା ଦାୟିତ୍ୱ ରେ ରହିଛନ୍ତି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |