ପ୍ରିୟାଂଶୁ ପାଲ୍‌ ହେଲେ OAS ଟପ୍ପର

ଭୁବନେଶ୍ୱର, ୨୬।୯: ଓଡ଼ିଶା ପ୍ରଶାସନିକ ସେବା (OPSC) ପରୀକ୍ଷା 2023ର ଫଳାଫଳ ଆଜି ପ୍ରକାଶ କରିଛି। ଏହି ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ପ୍ରିୟାଂଶୁ ପାଲ୍ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି।  ମୋଟ ୩୯୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରିୟାଂଶୁ ପାଲ୍‌ ହେଲେ OAS ଟପ୍ପର । ଦ୍ବିତୀୟ ସ୍ଥାନରେ ଅନନ୍ୟା ମିଶ୍ର । ଶୋଭନ ପଟ୍ଟନାୟକଙ୍କୁ ତୃତୀୟ ସ୍ଥାନ । ଶୀର୍ଷ 10 ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା । ୩୯୮ ଜଣ ପରୀକ୍ଷାର୍ଥୀଙ୍କୁ ମଧ୍ୟରୁ 144 ଜଣ ମହିଳା ଅଛନ୍ତି । କଟକସ୍ଥିତ OPSC କାର୍ଯ୍ୟାଳୟ ପକ୍ଷରୁ ଏହା ପ୍ରକାଶ କରାଯାଇଛି । ୱେବସାଇଟରେ ଏହାର ପଳାଫଳ ଉପଲବ୍ଧ ଅଛି ।ଚତୁର୍ଥ ସ୍ଥାନରେ ମିର୍ଜା ଫୈଜ ଅହମ୍ମଦ କ୍ୱାଦ୍ରି, ପଞ୍ଚମ ସ୍ଥାନରେ ଚିନ୍ମୟ ସାହୁ, ଷଷ୍ଠ ସ୍ଥାନରେ ଅନ୍ତିମ ସ୍ୱାଇଁ, ସପ୍ତମ ସ୍ଥାନରେ ଶୈଳେଶ କୁମାର ଭୋଇ, ଅଷ୍ଟମ ସ୍ଥାନରେ ମହମ୍ମଦ ନାଜିଫ୍ ହାତିଫ୍ , ନବମ ସ୍ଥାନରେ ଚିନ୍ମୟ କୁମାର ପାଢୀ, ଦଶମ ସ୍ଥାନରେ ଅଛନ୍ତି ମିଲନ ମହାପାତ୍ର । ଶୀର୍ଷ 10 ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା । ଦିନକୁ 12 ଘଣ୍ଟା ପରିଶ୍ରମ କରୁଥିଲି । ଦ୍ୱାଦଶରେ ଅଲ୍ ଇଣ୍ଡିଆ ଟପ୍ପର୍ ହୋଇଥିଲି । ପରିଶ୍ରମ ଓ ଭାଗ୍ୟ ସାଥ୍ ଦେଲା । ଟପ୍ପର ଖବର ଶୁଣି ମୁଁ ବିଶ୍ୱାସ କରିପାରିଲିନି ବୋଲି ପ୍ରତିକ୍ରିୟାରେ କହିଛନ୍ତି opsc ଟପ୍ପର୍ ପ୍ରିୟାଂଶୁ ପାଲ୍‌ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!