ୱାଙ୍ଗଚୁକଙ୍କ ପାକିସ୍ତାନ ଲିଙ୍କ,ସୋମନ ଓ୍ବାଙ୍ଗଚୁକ ଗିରଫ

ନୂଆଦିଲ୍ଲୀ,୨୭।୯: ଲରାଜ୍ୟ ମାନ୍ୟତା ଦାବି ବେଳେ ଲଦାଖରେ ହୋଇଥିବା ଭୟଙ୍କର ହିଂସାକାଣ୍ଡ ଘଟଣାରେ ଗିରଫ ବିଶିଷ୍ଟ ପରିବେଶବିତ୍‌  ସୋନମ ୱାଙ୍ଗଚୁକ(Sonam Wangchuk)ଙ୍କୁ ନେଇ ବଡ଼ ଦାବି କରିଛନ୍ତି ଡିଜିପି ଏସ୍‌ଡି ସିଂହ ଜମୱାଲ। ବୁଧବାର ହିଂସାକାଣ୍ଡ ପରେ ଶୁକ୍ରବାର ୱାଙ୍ଗଚୁକଙ୍କୁ ଜାତୀୟ ସୁରକ୍ଷା ଆଇନ ବା ଏନଏସଏ ବଳରେ ଗିରଫ କରାଯାଇଥିଲା। ଦାଖ ଡିଜିପି ଏସଡି ସିଂହ ଜମୱାଲ ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ସମର୍ଥନ କରି ଏକ ବିବୃତ୍ତି ଜାରି କରିଛନ୍ତି। ସେ ୱାଙ୍ଗଚୁକଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ଏକ ପ୍ରେସ ବ୍ରିଫିଂ ସମୟରେ ଜମୱାଲ କହିଛନ୍ତି ଯେ ସେପ୍ଟେମ୍ବର ୨୪ରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପୂର୍ବରୁ ‘ତଥାକଥିତ ପରିବେଶ କର୍ମୀ’ଙ୍କ ଦ୍ୱାରା ଉତ୍ତେଜକ ଭାଷଣ ଦ୍ୱାରା ହିଂସା ସୃଷ୍ଟି ହୋଇଥିଲା।ସେ ଅଭିଯୋଗ କରିଛନ୍ତି ଯେ କର୍ମୀ ସୋନମ ୱାଙ୍ଗଚୁକ ଆଲୋଚନା ପ୍ରକ୍ରିୟାକୁ ପଥଭ୍ରଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଡିଜିପି କହିଛନ୍ତି ଯେ ହିଂସା ସମୟରେ ପ୍ରାୟ ପାଞ୍ଚରୁ ଛଅ ହଜାର ଲୋକ ସରକାରୀ କୋଠା ଏବଂ ରାଜନୈତିକ ଦଳର କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ଚାରି ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ବହୁ ସଂଖ୍ୟକ ସାଧାରଣ ନାଗରିକ, ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀ ଆହତ ହୋଇଥିଲେ।ଡିଜିପି ଜମୱାଲ କହିଛନ୍ତି, ‘ସେପ୍ଟେମ୍ବର୨୪ରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଚାରି ଜଣଙ୍କ ଜୀବନ ଯାଇଥିଲା ଏବଂ ବହୁ ସଂଖ୍ୟକ ଲୋକ ଆହତ ହୋଇଥିଲେ। କେତେଜଣ ତଥାକଥିତ ପରିବେଶ କର୍ମୀ ପ୍ରକ୍ରିୟାକୁ ବାଧା ଦେବାକୁ ଚେଷ୍ଟା କରିଥିଲେ। ସବୁଠାରୁ ପ୍ରମୁଖ ନାମ ହେଉଛି ସୋନମ ୱାଙ୍ଗଚୁକ, ଯିଏ ପୂର୍ବରୁ ସମାନ ବୟାନ ଦେଇ ପ୍ରକ୍ରିୟାକୁ ପଥଭ୍ରଷ୍ଟ କରିବାକୁ ଚେଷ୍ଟା କରିଛନ୍ତି।’ବିଦେଶୀ ହସ୍ତକ୍ଷେପ ବିଷୟରେ ପଚରାଯିବାରୁ ସେ କହିଥିଲେ, ‘ତଦନ୍ତ ସମୟରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ କୌଣସି ଷଡ଼ଯନ୍ତ୍ରର ଅଂଶ କି ନାହିଁ ତାହା ଏବେ କହିବା କଷ୍ଟକର। ନେପାଳୀ ଶ୍ରମିକ ଏଠାରେ କାମ କରୁଛନ୍ତି, ତେଣୁ ତଦନ୍ତ ଆବଶ୍ୟକ।’ ଡିଜିପି କହିଛନ୍ତି ଯେ କର୍ଫ୍ୟୁରେ ଦୁଇ ପର୍ଯ୍ୟାୟ ଛାଡ଼ ଯୋଜନା କରାଯାଇଛି।ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଜାତୀୟ ସୁରକ୍ଷା ଆଇନ (NSA) ଅଧୀନରେ ଗିରଫ କରାଯାଇ ଯୋଧପୁର କେନ୍ଦ୍ରୀୟ କାରାଗାରକୁ ପଠାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ଲଦାଖରେ ଗିରଫ ହେବା ପରେ ତାଙ୍କୁ ଗତକାଲି ରାତିରେ ଯୋଧପୁର ନିଆଯାଇଥିଲା। ଲେହରେ ସାମ୍ପ୍ରତିକ ବିରୋଧ ପରେ ୱାଙ୍ଗଚୁକଙ୍କୁ ଗିରଫ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!