ଶୁଣାଣି ବେଳେ ପ୍ରଧାନ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ

ନୂଆଦିଲ୍ଲୀ,,୬।୧୦: ମୁଖ୍ୟ ବିଚାତପତିଙ୍କୁ ଜୋତା ମାଡ଼। ଶୁଣାଣି ଚାଲିଥିବା ବେଳେ ଜୋତା ମାଡ଼ କଲେ ଓକିଲ। ତେବେ ଏହି ଘଟଣା ପରେ ଅଭିଯୁକ୍ତଙ୍କୁ ପୁଲିସ କାବୁ କରିନେଇଥିବା ଜଣାଯାଇଛି। କୁହାଯାଉଛି ଯେ, ଜଣେ ଓକିଲ ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ବି.ଆର. ଗଭାଇଙ୍କ ସମ୍ମୁଖରେ କୋର୍ଟରେ ହଙ୍ଗାମା କରିବାକୁ ଚେଷ୍ଟା କରିଥିଲେ।ସୋମବାର ସୁପ୍ରିମକୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ଆଇନଜୀବୀ ପ୍ରଧାନ ବିଚାରପତି ବି.ଆର ଗବାଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ୍‍ ବି.ଆର ଗବାଇ ଏକ ମାମଲାର ଶୁଣାଣି କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ଜୋତା ଫିଙ୍ଗିବାକୁ ଉଦ୍ୟମ କରିବା ସହ ଚିତ୍କାର କରି ଆଇନଜୀବୀ କହିଥିଲେ ଯେ ସନାତନଙ୍କ ପ୍ରତି ଅପମାନ ସହ୍ୟ କରିବି ନାହିଁ ।ଆକ୍ରମଣ ଉଦ୍ୟମ ପରେ କୋର୍ଟ କର୍ମଚାରୀମାନେ ସଂପୃକ୍ତ ଆଇନଜୀବୀଙ୍କୁ ଧରି ପୁଲିସର ଜିମା ଦେଇଥିଲେ । ପୁଲିସ ଅଭିଯୁକ୍ତ ଆଇନଜୀବୀ ରାକେଶ କିଶୋରଙ୍କୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ଖଜୁରାହୋରେ ଭଗବାନ ବିଷ୍ଣୁଙ୍କ ୭ଫୁଟ୍‍ ଉଚ୍ଚ ମୁଣ୍ଡ କଟା ମୂର୍ତ୍ତିର ପୁନରୁଦ୍ଧାର ଉପରେ ସିଜେଆଇ ଗବାଇଙ୍କ ମନ୍ତବ୍ୟରେ ଆଇନଜୀବୀ ରାକେଶ ବେଶ ଆଘାତ ପାଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!