ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆପଡ଼ା,୮।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଘାସିରାମ ମାଝୀ ନୂଆପଡ଼ା ପାଇଁ କଂଗ୍ରେସ ପ୍ରାର୍ଥୀ । AICC ପକ୍ଷରୁ ଘାସିରାମଙ୍କ ପ୍ରାର୍ଥୀତ୍ୱ ଘୋଷଣା । ଏହା ପୂର୍ବରୁ ଘାସିରାମ ମାଝୀଙ୍କୁ ନୂଆପଡାର ଜିଲ୍ଲା ସଭାପତି ଭାବେ ମନୋନୀତ କରିଥିଲା AICC ।ଏହାପୂର୍ବରୁ ଘାସିରାମଙ୍କୁ ଟିକେଟ ମିଳିବା ନେଇ ସଙ୍କେତ ଦେଇଥିଲେ ପିସିସି ସଭାପତି । ଘାସିରାମ ନୂଆପଡ଼ା ଜିଲ୍ଲା କଂଗ୍ରେସର ସଂଯୋଜକ ଥିଲେ । ଗତ ନିର୍ବାଚନରେ ଘାସିରାମଙ୍କୁ ଟିକେଟ ଦିଆ ଯାଇ ନଥିଲା । ସର୍ବକ୍ଷମା ପରେ କଂଗ୍ରେସକୁ ଫେରି ଜିଲ୍ଲା ସଂଯୋଜକ ଥିଲେ ଘାସିରାମ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!