ଆଜି ଭାରତୀୟ ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ ,୦୮/୧୦:ଆଜି ଭାରତୀୟ ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ ।୯୩ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବାୟୁସେନା। ୧୯୩୨ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା। ହିଣ୍ଡନ ଏୟାର ବେସରେ ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶିତ ହେବ।ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ ହୁଏ ଭାରତୀୟ ବାୟୁସେନା ଦିବସ । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ସେନାର ପ୍ରଥମ କର୍ତ୍ତବ୍ୟ । ଏନେଇ ଗାଜିଆବାସ ହିଣ୍ଡନ୍‍ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ୧୯୩୨ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା । ବର୍ତ୍ତମାନ ଭାରତୀୟ ବାୟୁସେନା ବିଶ୍ବର ଚତୁର୍ଥ ବୃହତ ଏୟାରଫୋର୍ସ । କେବଳ ଯୁଦ୍ଧ ନୁହେଁ ବିଭିନ୍ନ କଠିନ ଅପରେସନ, ଉଦ୍ଧାର କାର୍ଯ୍ୟ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଦେବଦୂତର ଭୂମିକା ନିର୍ବାହ କରି ଆସୁଛି ବାୟୁସେନା । ୯୩ ତମ ପ୍ରତିଷ୍ଠା ଦିବସରେ MIG-21 କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବ । ବାୟୁସେନା ଦିବସ ପାଳନ ଅବସରରେ ପରେଡ୍‍ ସହ ଆକାଶରେ କୌଶଳ ଦେଖାଉଛନ୍ତି ବାୟୁସେନାର ସ୍ୱତନ୍ତ୍ର ବିମାନ । ବାୟୁସେନାର ପରାକ୍ରମ, ସାହସ, ବଳିଦାନ, ବୀରତ୍ୱର ଗାଥାକୁ ପ୍ରଦର୍ଶିତ କରାଯାଉଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!