ବିହାର ବିଧାନସଭା ପାଇଁ NDAରେ ଆସନ ବୁଝାମଣା

ନୂଆଦିଲ୍ଲୀ,୧୨୧୦ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏରେ ଆସନ ବୁଝାମଣା ହୋଇଛି । ଭାରତୀୟ ଜନତା ପାର୍ଟି ଏବଂ ଜନତା ଦଳ (ୟୁନାଇଟେଡ୍)୧୦୧ ଲେଖାଏଁ ଆସନରେ ଲଢ଼ିବେ । ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)କୁ ୨୯ ଆସନ ଦିଆଯାଇଛି । ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାକୁ ଛଅଟି ଆସନ ଦିଆଯାଇଛି । ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM) ମଧ୍ୟ ଛଅଟି ଆସନରେ ଲଢ଼ିବ । ବିହାର ବିଧାନସଭା ପାଇଁ ବିଜେପିର ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଛନ୍ତି ।ବିହାର ବିଧାନସଭାଟି ୨୪୩ ଆସନ ବିଶିଷ୍ଟ। ସେଥିମଧ୍ୟରୁ ବିଜେପି ଏବଂ ଜେଡିୟୁକୁ ସର୍ବାଧିକ ୧୦୧ ଲେଖାଏ ଆସନ ମିଳିଛି। ଉଭୟ ଦଳ ୨୦୨ ଆସନରେ ପ୍ରାର୍ଥୀ ଦେବେ। ଏହାବ୍ୟତୀତ ଅନ୍ୟତମ ସହଯୋଗୀ ଦଳ ଏଲଜେପି(ଆର) ଭାଗରେ ୨୯ ଆସନ ପଡ଼ିଛି। ସେହିପରି ଆରଏଲଏମ ଏବଂ ଏଚଏଏମ ଭାଗରେ ୬ଟି ଲେଖାଏ ଆସନ ପଡ଼ିଛି। ସମସ୍ତ ଦଳର କାର୍ଯ୍ୟକର୍ତ୍ତାମାନେ ଏହାକୁ ସ୍ଵାଗତ କରିଛନ୍ତି।ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏକ୍ସରେ ଲେଖିଛନ୍ତି, “ସଂଗଠିତ ଏବଂ ସମର୍ପିତ NDA… ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁଏନଡିଏ ପରିବାରର ସମସ୍ତ ସଦସ୍ୟ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାରସ୍ପରିକ ସହମତିରେ ଆସନ ବଣ୍ଟନ କରିଛନ୍ତି ।” ଏହାରି ଭିତରେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ନିର୍ବାଚନ ପାଇଁ ସିଇସି ବୈଠକରେ ଯୋଗଦେବା ଲାଗି ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି । 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!