ମହିଳାମାନଙ୍କ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ‘ଆମ ସୁବାହକ’ ଯୋଜନା

ଭୁବନେଶ୍ୱର,୧୪ା୧୦: ମହିଳାମାନଙ୍କ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ‘ଆମ ସୁବାହକ’ ଯୋଜନା।ଏହି ଯୋଜନା ମାଧ୍ୟମରେ ଜଣଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇବେ ସରକାର। ୪ ବର୍ଷରେ ୧୧୦୦ ମହିଳାଙ୍କୁ ଦିଆଯିବ କାର୍। ଏହି କାରକୁ ଟ୍ୟାକ୍ସି ଭାବେ ବ୍ୟବହାର କରିବେ ମହିଳା।ପ୍ରଥମ ବର୍ଷରେ ୨୦୦ ଜଣଙ୍କୁ ଦିଆଯିବ କାର। ଦ୍ୱିତୀୟ ବର୍ଷରେ ୨୫୦, ତୃତୀୟ ବର୍ଷରେ ୩୦୦ ଜଣଙ୍କୁ ଦିଆଯିବ କାର୍। ଚତୁର୍ଥ ବର୍ଷରେ ୩୫୦ ଜଣ ମହିଳାଙ୍କୁ ଦିଆଯିବ ଗାଡ଼ି।୨୧ ରୁ ୪୦ ବର୍ଷର ମହିଳାଙ୍କୁ ମିଳିବ ଏହି ସୁଯୋଗ। OSRTC ଓ କ୍ରୁଟ ଡ୍ରାଇଭରଙ୍କୁ ଦିଆଯିବ ଅଗ୍ରାଧିକାର। ଗାଡ଼ି ନେବାବେଳେ ୧ ଲକ୍ଷ ଟଙ୍କା ଦେବେ ମହିଳା। ବାଣିଜ୍ୟ ଓ ପରିବହନ ବିଭାଗ ଦେବ ଏହି ଟଙ୍କା।ବାକି ୯ ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ଆକାରରେ ମିଳିବ। ଗାଡ଼ି କିଣିବାର ୩ ମାସ ପରେ ଆରମ୍ଭ ହେବ ଋଣ ପରିଶୋଧ ପ୍ରକ୍ରିୟା। ସୁଧ ବାଣିଜ୍ୟ ଓ ପରିବହନ ବିଭାଗ ସୁଝିବ।ଗାଡ଼ି ଚାଳକଙ୍କ ବୀମା ବାବଦରେ ୧ ହଜାର ଟଙ୍କା ଦେବେ ସରକାର। ଗାଡ଼ି କିଣିବା ବାବଦରେ ଖର୍ଚ୍ଚ ହେବ ୧୧୦ କୋଟି। ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେବା ପାଇଁ ଗଠନ ହେବ ଷ୍ଟିୟରିଂ କମିଟି।ପ୍ରତି ୩ ମାସରେ ଥରେ ମହିଳାଙ୍କ ଆୟର ହିସାବ କରିବେ ସରକାର। ଏବେ ସୁଦ୍ଧା ୬୨୧୬ ଜଣ ମହିଳା ଡ୍ରାଇଭିଂ ଟ୍ରେନିଂ ନେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!