ପୁରୀ,,୧୪।୧୦ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ବାରଣ ହେବ ମୋବାଇଲ ଫୋନ୍। କୌଣସି ପୁଲିସ୍ କର୍ମଚାରୀ କିମ୍ବା ସେବାୟତ ମନ୍ଦିର ଭିତରକୁ ମୋବାଇଲ୍ ନେଇପାରିବେ ନାହିଁ। ଆଗକୁ ଓ୍ବାକିଟକି ବ୍ୟବସ୍ଥା ହେବ ବୋଲି କହିଛନ୍ତି ସୁରକ୍ଷା ସବ୍ କମିଟି ମୁଖ୍ୟ। ଆଜି ସୁରକ୍ଷା ସବ୍ କମିଟି ମୁଖ୍ୟ ଡଃ ଗିରିଶ୍ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସୁରକ୍ଷା ସବ୍ କମିଟି ମୁଖ୍ୟ ଗିରିଶ ଚନ୍ଦ୍ର ମୁର୍ମୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ନେଇ ଆଲୋଚନା ହୋଇଛି। କେତେକ ଜିନିଷ ନିଜକୁ କରିବାକୁ ହେବ ଏବଂ ଆଉ କିଛି ସରକାର କରିବେ। କାହାକୁ ହଇରାଣ କରିବାକୁ ନୁହେଁ , ଶ୍ରୀମନ୍ଦିର ସୁରକ୍ଷା ପାଇଁ ହେବ। ଅନ୍ୟ ମନ୍ଦିରର ସୁରକ୍ଷା ଅନୁଧ୍ୟାନ କରି ନିଷ୍ପତ୍ତି ନେବୁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |