ବିଜେପିରେ ଯୋଗ ଦେଲେ କଣ୍ଠଶିଳ୍ପୀ ମୈଥିଲି ଠାକୁର

ନୂଆଦିଲ୍ଲୀ,୧୪।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ନୂଆ ଚେହେରା ସାମିଲ ହେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ମଙ୍ଗଳବାର ବିହାର ବିଜେପି ଅଧ୍ୟକ୍ଷ ଦିଲ୍ଲୀ ଜୟସ୍ୱାଲଙ୍କ ନେତୃତ୍ୱରେ ସେ ଦଳରେ ସାମିଲ୍ ହୋଇଛନ୍ତି। ତାଙ୍କୁ ଦରଭଙ୍ଗା ଅଞ୍ଚଳର ଅଲିନଗର ଆସନରୁ ପ୍ରାର୍ଥୀ କରାଯାଇପାରେ।​​​​​​​​​​​​​​​​​​​​ଦଳୀୟ ସୂତ୍ର ଅନୁସାରେଏହି ଆସନଟି ବର୍ତ୍ତମାନ ବିଜେପିର ମିଶ୍ରିଲାଲ ଯାଦବଙ୍କ ପାଖରେ ଅଛି। ହେଲେ ଏଥର ତାଙ୍କୁ ଟିକେଟ୍ ଦିଆ ଯିବ ନାହିଁ ବୋଲି କୁହାଯାଉଛି। ବିଜେପି ବିହାର ୟୁନିଟରେ ମୈଥିଳିଙ୍କ ଯୋଗଦାନ ରାଜ୍ୟରେ ଦଳର ସାଂସ୍କୃତିକ ଛବି ମଜଭୁତ କରିବ। ମଙ୍ଗଳବାର କଣ୍ଠଶିଳ୍ପୀ ତଥା ଲୋକଗାୟିକା ମୈଥିଲି ଠାକୁର ପଦ୍ମ ଧରିଛନ୍ତି। ଦଳରେ ଯୋଗଦେବା ପରେ ତାଙ୍କୁ ଦରଭଙ୍ଗାର ଅଲିନଗର ଆସନରୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଛି। ଅଲିନଗର ଆସନରେ ବର୍ତ୍ତମାନ ମିଶ୍ରୀଲାଲ ଯାଦବ ବିଧାୟକ ଅଛନ୍ତି। ତାଙ୍କ ଟିକେଟ କଟିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏହି ଆସନରେ ଦଳ ଲୋକପ୍ରିୟ ଏବଂ ଯୁବ ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଚାହୁଁଥିବାରୁ ମୈଥିଲି ଏଥିପାଇଁ ଯୋଗ୍ୟ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।ବିହାରର ମୋଟ ୨୪୩ ଆସନ ମଧ୍ୟରୁ ବିଜେପି ୧୦୧ ଆସନରେ ପ୍ରାର୍ଥୀ ଦେବ। ଆସନ ଭାଗବଣ୍ଟା ବୁଝାମଣାରେ ଏହା ସ୍ଥିର ହୋଇଛି। ତେବେ ୧୦୧ ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ୭୧ ଆସନରେ ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଦଳ ପକ୍ଷରୁ ୧୦ ଜଣ ବିଦାୟକଙ୍କ ନାଁ କଟାଯାଇଛି। ସେମାନଙ୍କ ମଧ୍ୟରେ ୫ ମନ୍ତ୍ରୀ ରହିଛନ୍ତି। ଏହା ସହିତ ପ୍ରଥମ ପର୍ଯ୍ୟାୟ ତାଲିକାରୁ ବାଚସ୍ପତି ମଧ୍ୟ ବାଦ ପଡ଼ିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!