ନୂଆପଡ଼ା ଉପନିର୍ବାଚନ , ଜୟ ଢୋଲକିଆ ହେଲେ ବିଜେପି ପ୍ରାର୍ଥୀ

 ଭୁବନେଶ୍ୱର,୧୫।୧୦: ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା। ସବୁ ଅପେକ୍ଷାର ଅନ୍ତ ଘଟାଇ ଜୟ ଢୋଲକିଆଙ୍କୁ ଭାଜପା ପ୍ରାର୍ଥୀ କରିଛି।  ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଛି । ଯେଉଁଥିରେ କେନ୍ଦ୍ରୀୟ ନିର୍ବାଚନ କମିଟି ମୋହର ମାରିଛି । ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଅନୁଷ୍ଠିତ ହେବାକୁ ଯାଉଛି ଉପନିର୍ବାଚନ।ସେପ୍ଟେମ୍ବର ୮ ତାରିଖରେ ଚେନ୍ନାଇ ସ୍ଥିତ ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଥିଲେ ରାଜେନ୍ଦ୍ର ଢୋଲକିଆ। ସେ ନୂଆପଡ଼ାରୁ ୨ ଥର ବିଧାୟକ ଭାବେ ନିର୍ବାଚନ ହୋଇଥିଲେ । ତେବେ ତାଙ୍କ ଦେହାନ୍ତ ପରେ ନୂଆପଡ଼ା ଆସନ ଖାଲି ପଡିଥିଲା । ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନର । ସେପଟେ ଉଭୟ ବିଜେଡି-ବିଜେପିଙ୍କ ମଧ୍ୟରେ ପ୍ରାର୍ଥୀ କିଏ ହେବ ? ସେନେଇ ଛକାପଞ୍ଝା ଚାଲିଥିଲା । ହେଲେ ଶେଷରେ ବିଜେପିରେ ସାମିଲ ହୋଇଥିଲେ ଦିଂବଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ପୁଅ ଜୟ ଢୋଲକିଆ । ବିଜେପି ତରଫରୁ ଉପନିର୍ବାଚନରେ ଲଢିବା ଏକପ୍ରକାର ନିଶ୍ଚିତ ଥିଲା । ତଥାପି ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଥିଲା । ବୁଧବାର ଦିନ କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଜୟ ଢୋଲକିଆଙ୍କ ନାଁରେ ମୋହନ ବାଜିଥିଲା । ଆଗାମୀ ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ନେଇ ଘୋଷଣା କରାଯାଇଛି ।    ​​​​​​​

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!