୨୦ ତାରିଖରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ : ମୁକ୍ତିମଣ୍ଡପ ପଣ୍ଡିତ ମହାସଭା

ଭୁବନେଶ୍ୱର,୧୫।୧୦: ଦୀପାବଳି ତାରିଖ ଦ୍ବନ୍ଦ୍ବ ଦୂର କଲା ମୁକ୍ତି ପଣ୍ଡିତ ମହାସଭା। ୨୧ ନୁହେଁ ୨୦ ତାରିଖରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ ବୋଲି ପ୍ରେସମିଟ୍‌ରେ ମୁକ୍ତି ପଣ୍ଡିତ ମହାସଭା ସ୍ପଷ୍ଟ କରିଛି। ୨୦ ତାରିଖ ଅପରାହ୍ନ ୩ଟା ୨୩ରୁ ପୟାଶ୍ରାଦ୍ଧ, ଦୀପାବଳି ପାଳନ। ୨୧ରେ ପାଳନ କରନ୍ତୁ ନାହିଁ, ଏହା ଶାସ୍ତ୍ର ବିରୋଧୀ ହେବ ବୋଲି ମୁକ୍ତି ପଣ୍ଡିତ ମହାସଭା କହିଛି।ଚଳିତ ବର୍ଷ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ସଂଶୋଧିତ ହୋଇଥିବା ପାଞ୍ଜି ଗୁଡିକରେ ଅକ୍ଟୋବର ୨୦ ତାରିଖ ସୋମବାର ବୋଲି ପ୍ରାଞ୍ଜଳଭାବରେ ଉଲ୍ଲେଖ ଅଛି । କିନ୍ତୁ ମୁକ୍ତିଣ୍ଡପ ପଣ୍ଡିତ ମହାସଭାର ବହିଷ୍କୃତ ସଦସ୍ୟ ନିଜକୁ ଆତ୍ମଘୋଷିତ ଜ୍ୟୋର୍ତିବିଦ୍  ବୋଲାଇ କେତେକ ପ୍ରିଣ୍ଟ ମିଡିଆ ଓ ଗଣମାଧ୍ୟମରେ ଦୀପାବଳି ତଥା ଦୀପଦାନ ଶ୍ରାଦ୍ଧକୁ ଅକ୍ଟୋବର ୨୧ ତାରିଖ ମଙ୍ଗଳବାର ଦିନ କରିବା ପାଇଁ ପ୍ରଚାର କରୁଛନ୍ତି । ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ, ଆସନ୍ତା ଅକ୍ଟୋବର ୨୦ ତାରିଖ ସୋମବାର ଦୀପଦାନ ଶ୍ରାଦ୍ଧ କରାଯିବା ଶାସ୍ତ୍ରସମ୍ମତ । କାରଣ ତା.୨୧.୧୦.୨୦୨୫ ମଙ୍ଗଳବାର ପ୍ରଦୋଷକୁ ଏକ ଦଶ ଦଣ୍ଡ (୨୪ ମିନିଟ୍) ଅମାବାସ୍ୟା ତିଥି ନାହିଁ । ତେଣୁ ତା.୨୧.୧୦.୨୦୨୫ ମଙ୍ଗଳବାର ଦିନ ଦୀପଦାନ ଶ୍ରାଦ୍ଧ କରାଯାଇପାରିବ ନାହିଁ ।ମୁକ୍ତିମଣ୍ଡପ ପଣ୍ଡିତ ମହାସଭା କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର, ସମ୍ପାଦକ ପ୍ରଫୁଲ୍ଲ କୁମାର ମିଶ୍ର, ଉପସଭାପତି ଉମାବଲ୍ଲଭ ମହାପାତ୍ର, ଯୁଗ୍ମ ସମ୍ପାଦକ ଲୋକନାଥ ମିଶ୍ର, ସଦସ୍ୟ ପଣ୍ଡିତ ଦୁର୍ଗାପ୍ରସାଦ ମିଶ୍ର, ରବି ପ୍ରସାଦ ରଥ, ଜଗନ୍ନାଥ ରଥ, ଜ୍ୟୋର୍ତିବିଦ୍ ନୀଳମାଧବ ଦାସ, ଜ୍ୟୋର୍ତିବିଦ୍ ଜ୍ୟୋତି ପ୍ରସାଦ ଦାସ‌ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!