ଇସ୍କନର ମନମାନି , କରିଲା ଅଦିନିଆ ରଥଯାତ୍ରା

ପୁରୀ ,୧୫।୧୦ : ପୁଣି ଥରେ ଅଦିନିଆ ରଥଯାତ୍ରାର ଆୟୋଜନ କରିଛି ଇସ୍କନ । ଯାହାକି ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଝଟ୍‌କା ଦେଇଛି ।ଇସ୍କନର ଆଉ ଥରେ ମନମାନି । ଅଦିନରେ ପୁଣି ପାଳନ କରିଛି ରଥଯାତ୍ରା । ଗତ ୭ ତାରିଖ ଦିନ ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରିଷିକେଶରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରିଷିକେଶ ସ୍ଥିତ ମଧୁବନ ଆଶ୍ରମରେ ଏହି ରଥଯାତ୍ରାର ଆୟୋଜନ କରାଯାଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟ ଲୋକେ ସାମିଲ ହୋଇଥିଲେ । ତେବେ ଇସ୍କନର ଏହି ଅଦିନିଆ ରଥଯାତ୍ରାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!